ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକ
ଜଗତସିଂହପୁର : ଧୂଳିମାଟିର ସନ୍ଥ ଓ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ୬୭ତମ ଶ୍ରାଦ୍ଧବାର୍ଷିକ ଆଜି ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ ଠାରେ ଥିବା ସେ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ତଥା ସ୍ତମ୍ଭକାର ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆ·ର୍ଯ୍ୟ ଏଥିରେ ସଭାପତିତ୍ୱ କରି ସ୍ୱର୍ଗତ ଗୋପବନ୍ଧୁ ଚୌଧୁରୀଙ୍କ କର୍ମମୟ ଜୀବନ ସ୍ୱାଧୀନତା ସଂଗ୍ରାମର ମୁକ୍ତିତୀର୍ଥ ଜଗତସିଂହପୁରର ଅଳକାଶ୍ରମ ଠାରୁ ଯାଜପୁରର ବରି ଆଶ୍ରମ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିଦେ୍ର୍ଦଶକ ବିକ୍ରମ ଜେନା, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟିତ୍ରୀ ମୋନାଲିସା ଭଟ୍ଟ, ସୋନାଲି ମହାରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ଚୈାଧୁରୀଙ୍କ ତ୍ୟାଗ ଓ ଦେଶପ୍ରେମର ତୁଳନା ନାହିଁ ବୋଲି କହିବା ସହିତ ଉତ୍ତରପିଢିର ଦାୟାଦମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଶିକ୍ଷୟିତ୍ରୀ ଶୁଭସ୍ମିତା ସିଂ ଧନ୍ୟବାଦ ଦେଇଥିଲେ ।