ଅଭିଭାବକ ସଂଘର ସମ୍ମିଳନୀ

 ପୁରୀ: ସର୍ବ ଭାରତୀୟ ଅଭିଭାବକ ସଂଘର ୨ଦିନିଆ ତୃତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଛି । ବୁଦ୍ଧିଜୀବୀ ଡ. ମଧୁସୂଦନ ମିଶ୍ର ଏହି ସମ୍ମିଳନୀକୁ ଉଦ୍ଘାଟନ କରି କହିଥିଲେ ଯେ, ସାଂପ୍ରଦାୟିକ ଶିକ୍ଷାନୀତି ବିରୁଦ୍ଧରେ ଶିକ୍ଷାପ୍ରେମୀ ଏକତ୍ର ହେବା ଆବଶ୍ୟକ । ସର୍ବଭାରତୀୟ ଅଭିଭାବକ ସଂଘ ଜାତୀୟ ସଭାପତି ଅନୀଲ ଅଗ୍ରୱାଲ ଯୋଗଦାନ କରି କହିଥିଲେ ଯେ, ଶିକ୍ଷାର ଘରୋଇକରଣ, ବିକେନ୍ଦ୍ରିକରଣ, ସାଂପ୍ରଦାୟିକରଣ, ଅବୈଜ୍ଞାନିକ ଶିକ୍ଷା, ସିଲାବସ୍ ଓ ଗଣତାନ୍ତ୍ରିକ ହତ୍ୟା ବିରୋଧରେ ପ୍ରାୟୋଜିତ ଜାତୀୟ ଶିକ୍ଷାନୀତି କେନ୍ଦ୍ର ସରକାର ଜୋର ଜବରଦସ୍ତ ଲାଗୁ କରିଛନ୍ତି । ବାଧ୍ୟତାମୂଳକ ଶିକ୍ଷା ଆଇନ ୨୦୦୯ ସରକାର କାର୍ଯ୍ୟକାରୀ କରୁନଥିବା ବେଳେ, ଲକ୍ଷଲକ୍ଷ ଶିଶୁ ପ୍ରାଥମିକ ଶିକ୍ଷାରୁ ବଞ୍ଚôତ ହେଉଛନ୍ତି । ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ମାଲିକ ଓ କୋଚିଂ ସେଣ୍ଟର ମାଲିକଙ୍କ ଉପରେ ସରକାରଙ୍କ ପକ୍ଷରୁ ଅଙ୍କୁଶ ନାହିଁ । ସେମାନେ ସରକାରୀ ପ୍ରୋତ୍ସାହନରେ ଅଭିଭାବକଙ୍କୁ ଶୋଷଣ କରିଚାଲନ୍ତି । ଏହି ଜନବିରୋଧୀ ନୀତି ବିରୋଧରେ ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମୁକ୍ତ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସମଗ୍ର ଦେଶରେ ଜନଜାଗରଣ ଓ ଆନେ୍ଦାଳନ ଗଢିତୋଳିବା