ଟେଷ୍ଟକୁ ରୋହିତଙ୍କ ବାଏବାଏ
ନୂଆଦିଲ୍ଲୀ : ଟେଷ୍ଟ କ୍ରିକେଟ୍ରୁ ବିଦାୟ ନେଲେ କ୍ରିକେଟ୍ ଥ୍ରୀ ଫର୍ମାଟ୍ର କ୍ୟାପଟେନ୍ ତଥା ଓପନର୍ ରୋହିତ ଶର୍ମା । ଆସନ୍ତା ଦିନରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ପାଇଁ ରୋହିତଙ୍କୁ ଅଧିନାୟକ ପଦରୁ ବିରତି ଦିଆଯାଇଥିବା ଜାତୀୟ ଚୟନ କର୍ତ୍ତା ଘୋଷଣା କରିଥିଲେ । ଏହାର କିଛି ସମୟ ପରେ ନିଜେ ରୋହିତ ସମ୍ପୂର୍ଣ୍ଣ ଟେଷ୍ଟ କ୍ରିକେଟ୍ରୁ ବିଦାୟ ନେଲେ ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଘୋଷଣା କରିଛନ୍ତି । ତେବେ ପୂର୍ବରୁ ସେ ଟି-୨୦ରୁ ସନ୍ୟାସ ଘୋଷଣା କରିଥିବା ବେଳେ ଆଜି ଟେଷ୍ଟ କ୍ରିକେଟ୍ରୁ ବିଦାୟ ନେଇଥିବା ଜଣାଇଛନ୍ତି । ପୂର୍ବରୁ ନୁ୍ୟଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସିରିଜ୍ ପରାଜୟ ପାଇଁ ସେ ସମାଲୋଚନାର ଶିକାର ହୋଇଥିବା ବେଳେ ସେହି ସମୟରେ ସେ ଟେଷ୍ଟରୁ ବିଦାୟ ନେଇପାରନ୍ତି ବୋଲି କ୍ରିକେଟ୍ ପଣ୍ଡିତମାନେ କହି ବୁଲୁଥିଲେ । କିନ୍ତୁ ଆଜି ବିଧିବଦ୍ଧ ଭାବେ ସେ ଟେଷ୍ଟରୁ ବିଦାୟ ନେଇଥିବା ଘୋଷଣା କରିଛନ୍ତି । ଏହାସହ ସେ ଦିନିକିଆ କÿ୍ରିକେଟ ମ୍ୟାଚ୍ରେ ଖେଳିବେ ବୋଲି ସୂଚନା ଦେଇଛନ୍ତି । ତକôାଳ ପ୍ରଭାବରୁ ସେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଉଥିବା ରୋହିତ କହିଥିବା ବେଳେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ଗୌରବର ବିଷୟ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ୩୮ ବର୍ଷୀୟ ରୋହିତ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି । ତାଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ବର୍ତ୍ତମାନ ସମୟରେ ସେ ଭାରତ ଟେଷ୍ଟ ଓ ଦିନିକିଆ ଟିମର ଅଧିନାୟକ ମଧ୍ୟ ଥିଲେ । ଗତ ବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ୍ ହ୍ୱାଇଟ୍ ବଲ୍ ଛୋଟିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ।