ଡ.ଗୋପୀନାଥ ସାହୁ ମେମୋରିଆଲ ଲେକ୍ଚର ଆୟୋଜିତ
କଟକ: ଡ. ଗୋପିନାଥ ସାହୁ ମେମୋରିଆଲ ଟ୍ରଷ୍ଟ ଓ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ଏବଂ ଧାନ ଗବେଷକ ସଂଘ ମିଳିତ ଆନୁକୂଲ୍ୟରେ ୩୩ତମ ଡ. ଗୋପିନାଥ ସାହୁ ମେମୋରିଆଲ ଲେକ୍ଚର ଆୟୋଜିତ ହୋଇଯାଇଛି । ଡ.ଗୋପିନାଥ ସାହୁଙ୍କ ଉତ୍ତରାଧିକାରୀଙ୍କୁ ସମ୍ମାନୀତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଶୁଭଦୀପ ଆଲୋକ ଓ ପୁଷ୍ପମାଳ୍ୟ ଅର୍ପଣ ସହିତ ଆରମ୍ଭ ହୋଇଥିଲା । ଧାନ ଗବେଷକ ସଂଘ ସଚିବ ଡ. ଆନି ପୁନମ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଧାନ ଗବେଷକ ସଂଘ ଉପାଧ୍ୟକ୍ଷ ଡ. ଏମ୍ଜେ ବେଗ ଡ. ସାହୁଙ୍କ ଜୀବନ ସାଫଲ୍ୟ ବିଷୟରେ ବିବରଣୀ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡକ୍ଟର ପିକେ ମହାପାତ୍ର ଉପସ୍ତିତ ଥିଲେ । ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ନିଦେ୍ର୍ଦଶକ ଡ. ଅମରେଶ କୁମାର ନାୟକ ଏହି ମେମୋରିଆଲ ଲେକଚରର ମୁଖ୍ୟବକ୍ତା ଥିଲେ । ଡ. ନାୟକ କୃଷି ୫.୦ ଭିତ୍ତିକ ସ୍ମାର୍ଟ କୃଷି ବିଷୟରେ ଏକ ଆଲୋଚନାମୂଳକ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଧାନ ଗବେଷକ ସଂଘ ଅଧ୍ୟକ୍ଷ ପିକେ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ । ଧାନ ଗବେଷକ ସଂଘ କୋଷାଧ୍ୟକ୍ଷ ଭି ସଂଘମିତ୍ରା ଧନ୍ୟବାଦ ଦେଇଥିବାବେଳେ, କାର୍ଯ୍ୟକ୍ରମରେ ଡ. ସାହୁଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ ।