‘ସୁର ମନ୍ଦିର’ ପକ୍ଷରୁ ରଜ ପ୍ରସ୍ତୁତି

କଟକ: କଟକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସୁର ମନ୍ଦିର’ ପକ୍ଷରୁ ଚଳିତ ଜୁନ ୧୪ ଓ ୧୫ ତାରିଖ ୨ଦିନ ଧରି ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ସନ୍ଧ୍ୟା ୬.୩୦ମିନିଟରେ ରଜ ମହୋସôବ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଂଗୀତ ଓ ଅଭିନୟର ବିଚିତ୍ରା ପ୍ରଦର୍ଶିତ ହେବ । ଏହା ସହ ଚିତା, ଝୋଟି, ମୁରୁଜ, ପୁଚି ଖେଳ, ଦୋଳିଖେଳ, ପୋଡ଼ପିଠା ପ୍ରସ୍ତୁତି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ଉସôବରେ ୧୪ ଜୁନ ୨୦୨୫ରେ ଅନୁଷ୍ଠାନ ପକ୍ଷରୁ ଗୁରୁ ଆଶିଷ କୁମାର ଦାସଙ୍କୁ ‘ସୁର ମନ୍ଦିର ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ । ଏହାଛଡ଼ା ସଂଗୀତା ସାହୁଙ୍କୁ “ପ୍ରିୟ ଓଡ଼ିଆଣୀ’ ଏବଂ ଗୁରୁ ଆଲୋକା କାନୁନଗୋଙ୍କୁ ‘ଉଷାରାଣୀ ସମ୍ମାନ’ରେ ସମ୍ମାନୀତ କରାଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।