ସିଆରପିଙ୍କ ନାଁରେ ଏତଲା 

ସାଲେପୁର : ପିକୋଳ ପଞ୍ଚାୟତ ଚମାରିଗୋଳ ଗ୍ରାମର ସିଆରପି ଦୌ୍ରପଦୀ ମହାରଣା ଏକ ଏସ୍ଏଚ୍ଜି ଗ୍ରୁପ୍ର ଋଣ ଟଙ୍କା ପରିଶୋଧ କରିବା ନିମନ୍ତେ ଆଦାୟ କରି ବ୍ୟାଙ୍କରେ ଟଙ୍କା ପରିଶୋଧ ନ କରିବା ନେଇ ଗ୍ରୁପ୍ ସଭାନେତ୍ରୀ ତାଙ୍କ ବିରୁଦ୍ଧରେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରଛନ୍ତି । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ପିକୋଳ ପଞ୍ଚାୟତ ଚମାରିଗୋଳ ଗ୍ରାମର ସି.ଆର.ପି. ଦ୍ରୌପଦୀ ମହାରଣା ବଣହରା ଗ୍ରାମରେ ଥିବା ସିମରନ୍ ଏସ୍.ଏଚ୍.ଜି. ଗ୍ରୁପ୍ର ଋଣ ଟଙ୍କା ବ୍ୟାଙ୍କ୍ରେ ପରିଶୋଧ କରିବାପାଇଁ ଉକ୍ତ ଗ୍ରୁପ୍ର ସଭାନେତ୍ରୀ ଅଫସାନା ବେଗମ୍ ତାଙ୍କୁ ୫୬ହଜାର ଟଙ୍କା ପ୍ରଦାନ କରିଥିଲେ । ସଂପୃକ୍ତା ସି.ଆର.ପି. ଦ୍ରୌପଦୀ ମହାରଣା ଉକ୍ତ ଏସ୍.ଏଚ୍.ଜି. ଗ୍ରୁପ୍ ଟଙ୍କାକୁ ବ୍ୟାଙ୍କ୍ରେ ଜମା କରିନଥିଲେ । ଏ ସଂପର୍କରେ ସିମରନ୍ ଗ୍ରୁପ୍ର ସଭାନେତ୍ରୀ ତାଙ୍କ ଘରେ ପହଞ୍ଚô ତୁମେ ଆଦାୟ କରି ନେଇଥିବା ଋଣ ଟଙ୍କା କ’ଣ ପାଇଁ ବ୍ୟାଙ୍କ୍ରେ ଡିପୋଜିଟ୍ କରିନାହଁ ବୋଲି ପଚାରିବାରୁ ଦ୍ରୌପଦୀ ମହାରଣା ଓ ତାଙ୍କ ସ୍ୱାମୀ ମନୋରଂଜନ ଓଝା ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ମିଥ୍ୟା କେଶରେ ଫସାଇବାପାଇଁ ଧମକ ଦେଇଥିଲେ ବୋଲି ସଭାନେତ୍ରୀ ଅଫସାନା ବେଗମ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ସାଲେପୁର ଥାନାରେ ୨୪୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।