୨୫ରେ ପ୍ରଥମ ଶ୍ରେଣୀ ବିଚାର  ବିଭାଗୀୟ ଅଦାଲତ କାର୍ଯ୍ୟକ୍ଷମ ହେବ

 କଟକ : ଡମପଡ଼ାଠାରେ ନବନିର୍ମିତ ହୋଇଥିବା ଦେୱାନୀ ଅଦାଲତ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଆସନ୍ତା ଜୁନ ୨୫ ତାରିଖରେ କାର୍ଯ୍ୟକ୍ଷମ ହେବ ବୋଲି ଦେୱାନୀ ଅଦାଲତ ରେଜିଷ୍ଟାର ସୂଚନା ଦେଇଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ, ପ୍ରଶାସନିକ ବିଚାରପତି ପଦରେ ଅବସ୍ଥିତ ଜଷ୍ଟିସ ଏସକେ ସାହୁ ଏବଂ ଅନ୍ୟାନ୍ୟ ବିଚାରପତିଗଣଙ୍କ ଉପସ୍ଥିତିରେ ଏହି ଅଦାଲତର ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଶୁଭାରମ୍ଭ କରିବେ ।