ଡଙ୍ଗା ବୁଡି ଜଣେ ନିଖୋଜ

 ମାଲକାନଗିରି : ବାଲିମେଳା ଡାଇକ  ଜଳଭଣ୍ଡାରକୁ ଦେଶୀ ଡଙ୍ଗାରେ ନଦୀରେ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ, ଅଘଟଣ ଘଟିଛି । ଡଙ୍ଗା ଓଲଟି ତଳପଦର ଗ୍ରାମର ଯୁବକ ରାମଚନ୍ଦ୍ର ପାଙ୍ଗି (୨୭) ନିଖୋଜ ହୋଇଛନ୍ତି । ନାକାମାମୁଡ଼ିରୁ ତାଳପଦରକୁ ୫ ଜଣ ଯିବା ସମୟରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଡଙ୍ଗାରେ ଥିବା ୫ ଜଣଙ୍କ ମଧ୍ୟରୁ ୪ଜଣ କୂଳରେ ପହଁରି ପହଞ୍ଚିଥିବା ବେଳେ, ରାମଚନ୍ଦ୍ର ପାଙ୍ଗ ନିଖୋଜ ରହିଛି । ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା ସନ୍ଧ୍ୟା ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା । ସକାଳେ କୋରକୁଣ୍ଡା ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ସହ ନିଖୋଜ ବ୍ୟକ୍ତିଙ୍କ ତଲାସୀ ଜାରିରଖିଛନ୍ତି ।