ଡୁମାଲ ସମାଜର ସାଂଗଠନିକ ସଭା

 ବଲାଙ୍ଗିର : ଷାଠିଏ ଘର ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସାଂଗଠନିକ ସଭା ଲାଲଟିକ୍ରା ବଲାଙ୍ଗିର ଠାରେ ସହରାଞ୍ଚଳ ବଲାଙ୍ଗିର ସଭାପତି ସଂଜୟ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର ଏବଂ ସମ୍ମାନୀୟ ଅତିଥି ରୂପେ ରାଜ୍ୟ ଯୁବ ସଭାପତି ଦୟାନିଧି ଖମାରୀ ଏବଂ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସଭାରେ ବଲାଙ୍ଗିର ଠାରେ ‘ଡୁମାଲ ଭବନ’ ନିର୍ମାଣ, ପରିବାର ସର୍ବେକ୍ଷଣ, ବିବାହ ପଞ୍ଜିକରଣ ଏବଂ ଯୁବ ସମାଜକୁ ନେଇ ଭବିଷ୍ୟତରେ ସମାଜର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସଭାରେ ସହରାଞ୍ଚଳର କୋଷାଧ୍ୟକ୍ଷ ଗୋପାଳ ମହାୁର, କାର୍ଯ୍ୟକାରୀ କମିଟିର ସଦସ୍ୟ ବୁଡୁ କରନ, ପଲଉ ·ଉଲିଆ, ଦୀନବନ୍ଧୁ ଡାଙ୍ଗ, ପୀତାମ୍ବର ଖମାରୀ ଏବଂ ବିଭିନ୍ନ କେନ୍ଦ୍ରରୁ ଆସିଥିବା ସଭାପତି, ସମ୍ପାଦକ ତଥା ମାହେଶ୍ୱରୀ ସେନାର ସଦସ୍ୟବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଥବୀର କର୍ମୀ ସଭା ପରି·ଳନା କରିଥିଲେ ଏବଂ ସହରାଞ୍ଚଳ ସମ୍ପାଦକ ରତିକାନ୍ତ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।