ଶିଷ୍ଟକରଣ ସଂଘର କର୍ମକର୍ତ୍ତା ଚୟନ 

 ନବରଙ୍ଗପୁର : ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପରିସରରେ ଶିଷ୍ଟକରଣ ସଂଘର ସଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଭାରପ୍ରାପ୍ତ ସଭପତି ତଥା ଉପ ସଭାପତି କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ମହେଶ ପଟ୍ଟନାୟକ ପରିଚାଳନା ଏବଂ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ପଟ୍ଟନାୟକ ଆୟ ବ୍ୟୟର ହିସାବ ଗୃହରେ ଉପସ୍ଥାପନ କରିଥିଲେ । ଏହାପରେ ସଂଘର ନୂତନ କର୍ମକର୍ତ୍ତାଙ୍କ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତି କ୍ରମେ ଆଇନ ପରାମର୍ଶ ଦାତା ଭାବେ ବରିଷ୍ଠ ଆଇନଜୀବୀ ଅରବିନ୍ଦ ପଟ୍ଟନାୟକ, ଉପଦେଷ୍ଟା ଭାବେ ପି ରାମ ମୂର୍ତ୍ତି ପଟ୍ଟନାୟକ, ରବି ପଟ୍ଟନାୟକ ଏବଂ ପ୍ରସନ୍ନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା । ସେହିଭଳି ନୂତନ ସଭାପତି ରୂପେ ସତୀଶ ପଟ୍ଟନାୟକ, ଉପସଭାପତି ରୂପେ କିଶୋର ପଟ୍ଟନାୟକ, ସଧାରଣ ସମ୍ପାଦକ ରୂପେ ମହେଶ୍ୱର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାବରେ ଅବନୀ ପ୍ରସାଦ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ରୂପେ ଚନ୍ଦ୍ର ଶେଖର ପଟ୍ଟନାୟକଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ ସଦସ୍ୟ ଭାବେ ରାମ କୃଷ୍ଣ ପଟ୍ଟନାୟକ, ଏସ୍ ନାରାୟଣ ରାଓ, ମୁରଲୀ ଧର ପଟ୍ଟନାୟକ, ଦାନ୍ତେଶ୍ୱର ଦାଶ, ରାଜ କିଶୋର ପଟ୍ଟନାୟକ, ତିରୁମଲ୍ ପ୍ରସାଦ ପଟ୍ଟନାୟକ, ରମେଶ ପଟ୍ଟନାୟକ, କୃଷ୍ଣ ମୋହନ ପଟ୍ଟନାୟକ, ଏମଭି ରାମନା, ଏସ ଏନ ପଟ୍ଟନାୟକ, ଦାଶରଥି ପଟ୍ଟନାୟକ, ଜଗଦୀଶ ପଟ୍ଟନାୟକ, କିଶାନ ପଟ୍ଟନାୟକ, ଗଙ୍ଗା ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ସୌରଭ ପଟ୍ଟନାୟକ, ଆର୍ ରାମ ଚନ୍ଦ୍ର ପଟ୍ଟନାୟକ ଏବଂ ସୁଜାତା ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା ।  ନୂତନ କର୍ମକର୍ତ୍ତାମାନଙ୍କୁ ବୈଠକରେ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବୈଠକରେ ବକ୍ତାମାନେ ସଂଘର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ସହ ଜିଲ୍ଲାର ପ୍ରତ୍ୟେକ ପରିବାରକୁ ସଂଘରେ ସାମିଲ କରି ସଂଘକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାରେ ବସବାସ କରୁଥିବା ପ୍ରତ୍ୟେକ ଶିଷ୍ଟକରଣ ସଂଘର ପରିବାର ବର୍ଗଙ୍କୁ ନେଇ ଆଗାମୀ ଦିନରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।