ତଣ୍ଟି ଶୁଖିଯାଉଛି ପାଣି ଟିକେ ଦିଅ : ପ୍ରତ୍ୟକ୍ଷଦଶୀ
ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ଛାତିଥରା କଥା କହିଲେ ପ୍ରତ୍ୟକ୍ଷଦର୍ଶୀ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଝିଅଟି ଜଳନ୍ତା ଅବସ୍ଥାରେ ଦୌଡି ଦୌଡି ଯାଇ ଆମ ଘରେ ପହଞ୍ଚିଥିଲା । ପୀଡିତା ଜଣଙ୍କ ହାତ ଯୋଡି କହିଲା ମୋତେ ବଞ୍ଚାଇ ଦିଅ ଓ ତଣ୍ଟି ଶୁଖିଯାଉଛି ପାଣି ଟିକେ ଦିଅ । ପ୍ରତ୍ୟକ୍ଷଦର୍ଶୀ କହିବାନୁଯାୟୀ ଝିଅଟିକୁ ପାଣି ପିଇବାକୁ ଦେଇଥିଲେ । ଆଉ ଝିଅଟିର ଜଳନ୍ତା ଚମଡା ଛିଡିକି ତଳେ ପଡୁଥିଲା । ଦେହରେ କପଡ଼ା ନଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ପୀଡିତା ଝିଅଟେି କହୁଥିଲା ଘଟଣା ଘଟାଇଥିବା ଦୁର୍ବୃତ୍ତଙ୍କୁ ସେ ଚିହ୍ନି ନାହିଁ । ତେବେ ବର୍ତ୍ତମାନ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡିତା । ୭୦ ପର୍ସେଣ୍ଟ ପୋଡି ଯାଇଥିବା ଡାକ୍ତର କହୁଛନ୍ତି । ସୂଚନାମୁତାବକ, ସକାଳୁ ସାଙ୍ଗ ଘରକୁ ଯାଉଥିଲା ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।