ଥଣ୍ଡାରୁ ନାହିଁ ନିସ୍ତାର

ଥଣ୍ଡାରୁ ନାହିଁ ନିସ୍ତାର

ଭୁବନେଶ୍ୱର : ହାଡଭଙ୍ଗା ଜାଡରୁ ମିଳୁନି ନିସ୍ତାର। ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡିଶା । ଓଡିଶାର ଦାର୍ଜିଲିଂ କୁହାଯାଉଥିବା କନ୍ଧମାଳ ଜିଲ୍ଲା ଜି ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ କରିଛି । ଆସନ୍ତା ୬-୭ ଦିନ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସୂଚନା ଦେଇଛି । ଆଜି ଜି ଉଦୟଗିରି ପାରଦ ୪.୨ ଡିଗ୍ରୀ ରହିଛି । ଏହା ପରେ କନ୍ଧମାଳର ଦାରିଙ୍ଗିବାଡି ଓ ଫୁଲବାଣୀ ୬ ଡିଗ୍ରୀ  ସହିତ କୋରାପୁଟର ସେମିଲିଗୁଡ଼ା ୬.୧ ଡିଗ୍ରୀ ରହିଛି । କୋରାପୁଟ ୭ ଡିଗ୍ରୀ ରହିଛି । 

 

    ଅନ୍ୟାନ୍ୟ ସ୍ଥାନଗୁଡ଼ିକ ଯେଉଁଠାରେ ପାରଦ ପ୍ରାୟ ୧୦ ଡିଗ୍ରୀ ସେଲସିୟସ୍‌ ଏବଂ ତା’ଠାରୁ କମ୍‌ ରହିଛି, ସେଗୁଡ଼ିକ ହେଉଛି ରାଉରକେଲା (୮.୨୍‌), ବରଗଡ଼ର ଚିପଲିମା (୮.୬), ଝାରସୁଗୁଡ଼ା (୮.୯), ଭବାନୀପାଟଣା (୯ ), ଅନୁଗୁଳ (୯.୬), ସୁନ୍ଦରଗଡ଼ର କିରେଇ (୯.୮), ବୌଦ୍ଧ (୯.୮), ନବରଙ୍ଗପୁର (୧୦ ), ସମ୍ବଲପୁର ଏବଂ କେଉଁଝରରେ ପାରଦ ୧୦.୬ ଡିଗ୍ରୀ ସେଲସିୟସ୍‌ ରହିଛି। ଭୁବନେଶ୍ୱର ଓ କଟକ ଦୈତନଗରୀ ଯଥାକ୍ରମେ ୧୩.୨ ଡିଗ୍ରୀ  ଏବଂ ୧୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ସହରଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୨-୧୩ ଡିଗ୍ରୀ ସେଲସିୟସ୍‌ ରହିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି ।