ଦକ୍ଷତା ବିକାଶ ବିଭାଗ ପକ୍ଷରୁ ତିନି ଏମଓୟୁ ସ୍ୱାକ୍ଷରିତ

 ଭୁବନେଶ୍ୱର  : ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ବିଭାଗ ପକ୍ଷରୁ ଦେଶର ତିନୋଟି ପ୍ରମୁଖ ଅନୁଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛିି  । ଓଡିଶା ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ ଗତି ଫାଉଣ୍ଡେସନ, ଜଷ୍ଟ ଜବ୍ସ ନେଟ୍ୱାର୍କ ଓ ଫୁଟ୍ୱୟାର ଡିଜାଇନ୍ ଡେଭଲପମେଣ୍ଟ ଇନଷ୍ଟିଚୁ୍ୟଟ, ଏଫଡିଡିଆଇ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
   ଏହି ବୁଝାମଣାପତ୍ର ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ସୁଯୋଗ ବିସ୍ତାର କରିବ । ଓଡିଶାକୁ ଦକ୍ଷ ପ୍ରତିଭାର କେନ୍ଦ୍ର ଭାବରେ ପରିଗଣିତ କରିବାରେ ଏହା ନିଶ୍ଚିତ ଭାବେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ପ୍ରମାଣ ଆଧାରିତ ଦକ୍ଷତା ବିକାଶ ନୀତିକୁ ସୁଦୃ? କରିବା ଏବଂ ଶିଳ୍ପ ଅନୁଷ୍ଠାନଗୁଡିକରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହା ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ଏକ ବିକଶିତ ଓଡିଶା ଅଭିମୁଖେ ଯାତ୍ରାର ଏହା ଏକ ଅଂଶବିଶେଷ । ଆମର ଯୁବପିଢି କେବଳ ଆମ ରାଜ୍ୟ ଏବଂ ଦେଶରେ ନିଯୁକ୍ତି ପାଇଁ ନୁହେଁ ବରଂ ବିଶ୍ୱସ୍ତରରେ ସଫଳ ହେବା ପାଇଁ ଦକ୍ଷ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଗତି ଫାଉଣ୍ଡେସନର ସିଇଓ ଅର୍ଣ୍ଣବ ଭଟ୍ଟାଚାର୍ଯ୍ୟ, ଜଷ୍ଟ ଜବ୍ସ ନେଟ୍ୱାର୍କର ପ୍ରତିଷ୍ଠାତା ଓ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ସୁଶ୍ରୀ ସବିନା ଦିୱାନ ଏବଂ ଏଫ୍ଡିଡିଆଇ ହାଇଦ୍ରାବାଦ କ୍ୟାମ୍ପସର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡଃ ନରସିଂହୁଗାରୀ ଟି. ଏଲ୍ ରେଡ୍ଡୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ରଶ୍ମି୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।