ସରକାରୀ ନିୟମକୁ ଫୁ ... ବିନା ଅନୁମତିରେ ଚାଲିଛି ଶହ ଶହ ପାଥୋଲ୍ୟାବ

ବିନା ଅନୁମତିରେ ଚାଲିଛି ଶହ ଶହ ପାଥୋଲ୍ୟାବ୍
ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର, ୨୪ା୭: କେନ୍ଦୁଝର ସଦର ମହକୁମା ସମେତ ସମଗ୍ର ଜିଲ୍ଲାରେ ବେଧଡକ ଭାବେ ବଢି ଚାଲିଛି ବେଆଇନ ପାଥୋଲ୍ୟାବ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସ୍ୱାସ୍ଥ୍ୟ ବିଭାଗ ଠାରୁ ଅନୁମତି ନ ନେଇ ଶହ ଶହ ପାଥୋଲ୍ୟାବ ବେଆଇନ ଭାବେ ଚାଲିଥିଲେ ହେଁ ଏଗୁଡିକୁ ଯାଞ୍ଚ କରାଯାଉନାହିଁ । କେନ୍ଦୁଝର ଜିଲ୍ଲାରେ ୮୫ଟି ପାଥୋଲ୍ୟାବକୁ ସ୍ୱାସ୍ଥ୍ୟ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅନୁମତି ମିଳିଛି । ସିଡିଏମଓଙ୍କ ଠାରୁ ଅନୁମତି ମିଳିବା ପରେ ଏହି ପାଥୋଲ୍ୟାବ ଗୁଡିକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅଥୋରାଇଜେସନ ଅର୍ଡର ମିଳିଛି । ଜିଲ୍ଲାରେ ବିନା ଅନୁମତିରେ ୩୦୦ରୁ ଅଧିକ ପାଥୋଲ୍ୟାବ ଚାଲିଛି । କେବଳ କେନ୍ଦୁଝର ସହର ନୁହେଁ ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ ବେଆଇନ ପାଥୋଲ୍ୟାବ ଚାଲିଛି । ଅନେକ ଘରୋଇ ପାଥୋଲାବ୍ରେ ଅନଭିଜ୍ଞ ଟେକନିସିଆନ ଥିବାରୁ ସଠିକ୍ ପରୀକ୍ଷା ରିପୋର୍ଟ ମଧ୍ୟ ଆସୁନାହିଁ । ଯାହାକି ରୋଗୀଙ୍କ ପାଇଁ ବିପଦର କାରଣ ହେଉଛି । ପାଥୋଲ୍ୟାବ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଯୋଗୁଁ  ସଠିକ୍ ରୋଗ ଚିହ୍ନଟ ହୋଇପାରୁନାହିିଁ । ଫଳରେ ରୋଗୀଙ୍କ ଜ୍ୱର ଏବଂ ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଭଲ ହେବା ବଦଳରେ ଅଧିକ ଜଟିଳ ହେଉଛି । ଅନେକ ରୋଗୀ ଡାକ୍ତରଙ୍କ ପରାମର୍ଶ ପରେ ମଧ୍ୟ ଡାକ୍ତରଖାନା ପଥୋଲ୍ୟାବରେ ପରୀକ୍ଷା ନକରି ବାହାରେ ବେସରକାରୀ ପାଥୋଲ୍ୟାବରେ ପରୀକ୍ଷା କରୁଛନ୍ତି । ରାଜ୍ୟ ସରକାର ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନା ପ୍ରଣୟନ କରୁଥିବାବେଳେ , ଏହାର ପ୍ରକୃତ ଫାଇଦା ଜନସାଧାରଣଙ୍କ ପାଖରେ ନପହଞ୍ଚôବା ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି । ସରକାରୀ ନୀତି ନିୟମ ଅନୁଯାୟୀ ଯେଉଁ ଜାଗାରେ ପାଥୋଲ୍ୟାବ ଓ ଘରୋଇ ହସ୍ପିଟାଲମାନ ଖୋଲାଯିବା କଥା ନୁହଁ ସେସବୁ ଜାଗାରେ ଏ ପ୍ରକାର କାରବାର ଖୁବ୍ ଜୋରସୋରରେ ଚାଲିଛି ।
କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ନିକଟରେ ବିନା ଅନୁମତିରେ ମାଳ ମାଳ ପାଥୋଲ୍ୟାବ୍ ଖୋଲିଥିବାରୁ ରୋଗୀ ପରୀକ୍ଷା ପାଇଁ ଘରୋଇ ପାଥୋଲାବକୁ ଯାଇ ଶୋଷଣର ଶିକାର ହେଉଛନ୍ତି । ସରକାରୀ ଡାକ୍ତରଙ୍କ ବାସଭବନରେ ରୋଗୀ ଚିକିତ୍ସା ପାଇଁ ବେଶ୍ ଭିଡ ହେଉଥିବାବେଳେ, ଡାକ୍ତରମାନେ ଘରୋଇ ପାଥୋଲ୍ୟାବକୁ ପରୀକ୍ଷା ପାଇଁ ରୋଗୀଙ୍କୁ ପଠାଉଛନ୍ତି । ଏଥିପ୍ରତି ସମସ୍ତେ ଜାଣି ମଧ୍ୟ ନୀରବ ରହୁଛନ୍ତି । କେତେକ ପାଥୋଲ୍ୟାବ ବେଆଇନ ଭାବେ ବିନା ପଞ୍ଜିକୃତରେ ଚାଲିଥିବାବେଳେ, ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସବୁଜାଣି କିଛି ନଜାଣିଲା ଭଳି ବ୍ୟବହାର କରୁଛନ୍ତି । ଛତୁ ଫୁଟିଲା ଭଳି ପାଥୋଲ୍ୟାବ କେନ୍ଦୁଝର ସହରରେ ଚାଲିଛି । ଗରୀବ ଜନସାଧାରଣଟିଏ ରୋଗାଗ୍ରସ୍ତ କିମ୍ବା କୌଣସି ଦୁର୍ଘଟଣାଗ୍ରସ୍ତ ସମସ୍ୟା ଭୋଗୁଛି ସେତେବେଳେ ସେ ସରକାରୀ ଡାକ୍ତରଖାନାରେ ଚିକତ୍ସିତ ହେବା ପରିବର୍ତ୍ତେ ଡାକ୍ତର କିମ୍ବା ବିଭିନ୍ନ ଦଲାଲଙ୍କ ଦ୍ୱାରା ଭ୍ରମିତ ହୋଇ ସେମାନଙ୍କ ପରାମର୍ଶକ୍ରମେ ଘରୋଇ ନର୍ସିଂହୋମ ଏବଂ ପାଥୋଲ୍ୟାବରେ ଖୁବ୍ ଉଚ୍ଚ ଦରରେ ପରୀକ୍ଷା ଏବଂ ଚିକିତ୍ସିତ ହେଉଥିବା ଅଭିଯୋଗ ହେଉଛି । ଏ ବାବଦରେ ଯଦି ନିୟମିତ ସରକାରୀ ଯାଞ୍ଚ କରାଯିବ ଏବଂ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥାନ୍ତା ତେବେ ଏହା ଉପରେ ରୋକ ଲଗାଯାଇପାରିବ । ତେବେ ଏସବୁ ପ୍ରତି ତଦାରଖ ପାଇଁ ଜିଲ୍ଲାସ୍ତରରେ ଗଠିତ ହୋଇଥିବା ଡିଷ୍ଟ୍ରିକ ଲେବୁଲ ମନିଟରିଂ କମିଟି (ଡିଏଲ୍ଏମ୍ସି) ଦ୍ୱାରା ନିୟମିତ ଯାଞ୍ଚ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଚିଠି ନମ୍ବର ୨୨୬୭ ତା ୨୬/୧୨/୨୦୨୪ରେ ଡିଏଲଏମସି ଗଠିତ ହୋଇଛି । ତେବେ ଏହି ଜିଲ୍ଲାସ୍ତରୀୟ କମିଟି ବାୟୋ ମେଡିକାଲ ବର୍ଜ୍ୟବସ୍ତୁ ସଠିକ ଭାବେ ପରିଚାଳନା ହେଉଛି କି ନାହିିଁ ତାହାର ତଦାରଖ କରୁନଥିବା ଅଭିଯୋଗ ହୋଇଛି । ଅନେକ କ୍ଲିନିକ, ପାଥୋଲ୍ୟାବ ଏବଂ ବେସରକାରୀ ହସପିଟାଲ ମେଡିକାଲ ବର୍ଜ୍ୟବସ୍ତୁକୁ ନିୟମ ଅନୁଯାୟୀ ନଷ୍ଟ କରୁ ନଥିବା ବେଳେ, ଏଣେ ତେଣେ ପକାଉଥିବାରୁ ପରିବେଶ ପ୍ରଦୂଷିତ ହେଉଛି । ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର, କେନ୍ଦୁଝର ସ୍ଥିତ କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କରଙ୍କ ସହ ଯୋଗା ଯୋଗ କରିବାରୁ ବେଆଇନ ଭାବେ ଚାଲିଥିବା ପାଥୋଲ୍ୟାବ ଯାଞ୍ଚ କରି ପଦକ୍ଷେପ ନିଆଯିବ ।