ଦଲାଇଲାମାଙ୍କ ଭବିଷ୍ୟବାଣୀ ‘ଆଉ ୩୦-୪୦ ବର୍ଷ ବଞ୍ଚôବି’


 ନୂଆଦିଲ୍ଲୀ: ଗୋଟିଏ ପଟେ ଦଲାଇଲାମା ଅବସର ନେବେ ଓ ତାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଅପରପକ୍ଷରେ ସେ ଆଉ ୩୦-୪୦ ବର୍ଷ ବଞ୍ଚô ସେବା କରିବେ ବୋଲି ଦଲାଇଲାମା କହିଛନ୍ତି  । ଆସନ୍ତାକାଲି ୯୦ତମ ଜନ୍ମଜୟନ୍ତୀ ପୂର୍ବରୁ ଦଲାଇଲାମାଙ୍କ ଏଭଳି ମନ୍ତବ୍ୟ ବେଶ୍ ଚର୍ଚ୍ଚା ସୃଷ୍ଟିକରିବି  । 
ଆଜି ମାକଲିଓଡ଼ଗଞ୍ଜରେ ଥିବା ମୁଖ୍ୟ ଦଲାଇଲାମା ମନ୍ଦିରରେ ତାଙ୍କର ଦୀର୍ଘଜୀବନ ପାଇଁ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦଲାଇଲାମା କହିଛନ୍ତିଯେ, ତାଙ୍କ ଉପରେ ଆଭାଲୋକିଟେଶ୍ୱରଙ୍କର ଆଶୀର୍ବାଦ ରହିଛି  । ତାଙ୍କୁ ଏଭଳି ସଂକେତ ମିଳୁଥିବା ସେ ଅନୁଭବ କରୁଛନ୍ତି  । ତାଙ୍କୁ ୧୩୦ ବର୍ଷ ହେବା ପର୍ଯ୍ୟନ୍ତ ବୁଦ୍ଧ ଧର୍ମ ଓ ତିବ୍ଦତର ସେବା କରିବେ ବୋଲି କହିଛନ୍ତି  । ଚତୁର୍ଦ୍ଦଶ ଦଲାଇଲାମାଙ୍କ ଜନ୍ମଜୟନ୍ତୀ ପାଇଁ ତିବ୍ଦତ ସରକାର ସପ୍ତାହବ୍ୟାପୀ ଉତ୍ସବ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି  । ଆସନ୍ତାକାଲି ତାଙ୍କର ଜନ୍ମଜୟନ୍ତୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ କିରେନ ରିଜଜୁ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଡୁ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ, ହଲିଉଡ଼ ଅଭିନେତା ରିଚାର୍ଡ଼ ଗେରେ ପ୍ରମୁଖ ଯୋଗଦେବେ  ।