ଦାଦା ବଟିମାଗି ବନ୍ଧା ହେଲେ ଯୁବକ 

ାାପ୍ରଭାନୁ୍ୟଜାା ସିଂହପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ବଜାର କାଳିପୂଜା ସମୟରେ ଜଣେ ବ୍ୟବସାୟୀଙ୍କୁ ବଟିମାଗିବା ବଟି ନଦେବାରୁ ଆକ୍ରମଣ କରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ମୁତାବକ ସିଂହପୁର ବଜାରରେ ହେଉଥିବା କାଳୀପୂଜାରେ ବ୍ୟବସାୟ କରୁଥିବା ସରୋଜ ସାହୁଙ୍କୁ ସିଂହପୁର ଗ୍ରାମର ହାପି ଯେନା ଓ ତାର ସହଯୋଗୀ ସୋମବାର ଦାଦାବଟି ମାଗିଥିଲେ । ବ୍ୟବସାୟୀ ଜଣକ ଦାଦାବଟି ନଦେବାରୁ ସେମାନେ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଗ୍ରହଣ କରି ବିଞ୍ଝାରପୁର ପୁଲିସ କେଶ ନଂ୬୦୨/ ୨୪ରେ ମାମଲା ରୁଜ୍ କଜ ତଦନ୍ତ କରୁଥିଲା ବେଳେ ବୁଧବାର ମୁଖ୍ୟ ଅଭିଯୁକ୍ତ ହାପି ଯେନା (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ତଦନ୍ତ ଅଧିକାରୀ ଇନ୍ଦ୍ରମଣି ଜୁଆଙ୍ଗ କହିଛନ୍ତି ।