ଆବାସିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ
ବେତନଟୀ/ବୈଶିଙ୍ଗା : ଉଚ୍ଚ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଶିକ୍ଷାନୁଷ୍ଠାନମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଭାବକ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ବିଦ୍ୟାଳୟର ଅଧକ୍ଷ ମନୋରଞ୍ଜନ ପରିଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ଜଗନ୍ନାଥ ନାୟକ (ଜଗାବାବୁ)ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା, ବରିଷ୍ଠ ପ୍ରାଧ୍ୟାପକ ଡ. ଶ୍ରୀବତ୍ସ ସାମଲ, ନିଦେ୍ର୍ଦଶକ ସାଗର ନାୟକ, ଜୟନ୍ତ ପ୍ରଧାନ, ଅମର ପରିଡା, ରବୀନ ସାହୁ, ସୌମ୍ୟ ପଣ୍ଡା, କମଳାକାନ୍ତ କବାଟ ପ୍ରମୁଖ ଯୋଗଦାନ କରି ନୂତନ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବ୍ୟବସ୍ଥା, ନିରଙ୍କୁଶ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ନିମନ୍ତେ ଖେଳକୁଦ ବ୍ୟବସ୍ଥା ଇତ୍ୟାଦି ରହିଥିବା ଯୋଗୁ ଅଭିଭାବକମାନେ ଖୁସି ବ୍ୟକ୍ତ କରିଥିଲେ । ୧ଶହରୁ ଊଦ୍ଧ୍ୱର୍ ଅଭିଭାବକ /ଅଭିଭାବିକା ଯୋଗଦାନ କରି ସେମାନଙ୍କ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ ଏହି ଅନୁଷ୍ଠାନରେ ଗଠନ ହେବ ବୋଲି ପ୍ରକାଶ କରିଥିଲେ । ଶେଷରେ ମଧୁସୂଦନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।