ବିଷାକ୍ତ ସରିସୃପର ସଫଳ ଅସ୍ତ୍ରପଚାର
ବାରଙ୍ଗ ଥାନା ଅଧୀନସ୍ତ ନରଣପୁର ନିକଟସ୍ତ ଏକ କାର୍ଯ୍ୟରତ ଗୃହରୁ ଏକ ବିଷାକ୍ତ ସରୀସ୍ୱପକୁ ସ୍ନେକ ହେଲ୍ପଲାଇନ ଦ୍ୱରା ଉଦ୍ଧାର କରାଯାଇ ଅସ୍ତ୍ରପଚାର କରାଯାଇଛି । ସୂଚନା ମୁତାବକ ବାରଙ୍ଗ ନାରଣପୁର ସ୍ଥିତ ଡିଓନ ଆପାର୍ଟମେଣ୍ଟ ନିକଟସ୍ଥ ଏକ କର୍ଯ୍ୟରତ ବାସଗୃହ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଏକ ବିଷଧର ସର୍ପ ଦେଖୁବାକୁ ପାଇ ସଙ୍ଗେସଙ୍ଗେ ବାରଙ୍ଗ ଅଞ୍ଚଳ କର୍ଯ୍ୟରତ ସ୍ନେକ ରେସକ୍ୟୁ ସଦସ୍ୟ ରଞ୍ଜିତ ଓଝାଙ୍କୁ ସୂଚନା ଦେଇଥିଲେ । ରଞ୍ଜିତ ଘଟଣା ସ୍ଥଳରେ ପହଁଞ୍ଚି ସାପଟିକୁ ଉଦ୍ଧାର କରିବା ସମୟରେ ସାପଟିର ପେଟରେ ଗଭୀର କ୍ଷତ ଦେଖିବାକୁ ମିଲଥିଲା । ସ୍ଥାନୀୟ ପଶୁଚିକିତ୍ସକ ଡକ୍ଟର ଶୁଭ ଲଷ୍ମୀଙ୍କ ତଦାରଖରେ ମାଗୁଣି ସ୍ୱାଇଁ, ଯଯାତି କେଶରୀ ଓଝା ସହାୟତାରେ ସାପଟିର ପେଟ ପାଖରୁ ୩ ଇଞ୍ଚି ଚିରିଯାଇ ଥିବା ପେଟକୁ ସଫଳ ଅସ୍ତ୍ରପ୍ରଚାର କରି ନିରହ ଜୀବଟିର ଜୀବନ ବଞ୍ଚାଇ ଦେଇଥିଲେ । ସାପଟି ସୁସ୍ଥ ହୋଇ ନିକଟସ୍ଥ ଚନ୍ଦକା ଅଭୟାରଣ୍ୟରେ ଛାଡି ଦିଆଯାଇଛି ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନି ସଦସ୍ୟ ରଞ୍ଜିତ ଓଝା ।