ହନୁମାନ ବାଟିକାରେ ବାର୍ଷିକୋତ୍ସବ
ଢେଙ୍କାନାଳ: ଢେଙ୍କାନାଳ ସହର ବସ୍ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ହନୁମାନଙ୍କର ୧୭ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ଏହି ଉତ୍ସବ ପାଳନ ହୋଇଆସୁଛି । ଏଥିରେ ବିଜେପି ଜିଲ୍ଲା ସଭାପତି ରାସ ବିହାରୀ ବେହେରା ଯୋଗଦାନ କରି ମହାବୀରଙ୍କ ଆଶିଷ ଲାଭ କରିଥିଲେ । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲା । ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା, ଗୀତାଯଜ୍ଞ ସହିତ ହଜାରେ ଆହୁତି ଦିଆଯାଇଥିଲା । ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ ପାଖରେ ଲାଗି କରିଥିଲେ । ମଧ୍ୟାହ୍ନରେ ଚାରି ହଜାରରୁ ଉଦ୍ଧ୍ୱର୍ ଭକ୍ତ ପ୍ରସାଦସେବନ କରିଥିଲେ । ମନ୍ଦିର ପୂଜକ ସୁଶା, ପୂଜକ ଅମରେନ୍ଦ୍ର ନନ୍ଦ ସମସ୍ତ ପୂଜାକାର୍ଯ୍ୟ ତୁଲାଇଥିବାବେଳେ କର୍ତା ରୁଦ୍ରନାରାୟଣ ତ୍ରିପାଠୀ, ସଭାପତି ଶୁଭେନ୍ଦୁ ତ୍ରିପାଠୀ, ସଂପାଦକ ଗୟାଧର ବେହେରା, କୋଷାଧ୍ୟକ୍ଷ ଚିତରଞ୍ଜନ ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସନ୍ତୋଷ ରାଉତ, ଅରୁଣ ବିଶ୍ୱାଳଙ୍କ ସମେତ ହନୁମାନ ବାଟିକାର ସମସ୍ତ କର୍ମକର୍ତା ଏଥିରେ ସହଯୋଗ କରିଥିଲେ ।