ମା’ ଭଦ୍ରକାଳୀ ପୀଠର ମହାଯଜ୍ଞର ପୂର୍ଣ୍ଣାହୁତି , ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା’


ାା ପ୍ରଭାନୁ୍ୟଜ ।ା ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ଅନ୍ତିମ ଦିନରେ ମା’ ଭଦ୍ରକାଳୀ ମହାଲକ୍ଷ୍ମୀ ବେଶ ଧାରଣ କରିଛନ୍ତି  । ମା’ଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତ ମାନଙ୍କର ପ୍ରବଳ ସମାଗମ ହୋଇଥିଲା । ଭକ୍ତ ମାନେ ଧାଡି ବାନ୍ଧି ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଆଶିଷ କାମନା କରିଥିଲେ । ମା’ମହା ଲକ୍ଷ୍ମୀ ବେଶରେ  ନାଲି ରଙ୍ଗର ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଥିଲେ । ଗଜ ଓ ପେଚା ବାହନରେ ମା’ ବିରାଜମାନ କରି ବାମ ହସ୍ତ ଯୁଗଳରେ ଶଙ୍ଖ ଓ ଗଦା ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତ ଯୁଗଳରେ ଚକ୍ର ଓ ପଦ୍ମ ଧାରଣ କରିଥିଲେ । 
ମା’ଙ୍କର ଏହି ଚତୁର୍ଦ୍ଧା ଅପୂର୍ବ ଅନନ୍ୟ ରୁପକୁ ଦର୍ଶନ କରିବା ନିମନ୍ତେ ଭକ୍ତ ମାନଙ୍କର ଭିଡ଼ ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ଲଗିରହି ଥିଲା । ମହାଲକ୍ଷ୍ମୀ ରୂପକୁ ଦର୍ଶନ କଲେ ଭକ୍ତ ଧନ ଧାନ୍ୟ, ଗୋପ ଲକ୍ଷ୍ମୀ, ଯଶ ଐ ସ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ବୋଲି ଭକ୍ତ ମାନଙ୍କର ଅତୁଟ ବିଶ୍ୱାସ ରହିଛି । ପୀଠରେ ଦେବ ଭୂମି ଭାରତ ବର୍ଷ ହିତାର୍ଥେ ଆୟୋଜିତ ହୋଇଥିବା ମହାଯଜ୍ଞର ରିତି ନୀତି, ପୂଜା ବିଧି ସମ୍ପନ୍ନ କରାଯାଇ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣାହୂତି ପର୍ବରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ , ଉପ ଜିଲ୍ଲା ପାଳ ସୌରଭ ଚକ୍ରବର୍ତୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ରାଜନେତା ସମାଜ ସେବୀ ମାନେ ପୀଠରେ ଉପସ୍ଥିତ ହୋଇଥିଲେ । ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ତରଫରୁ ପ୍ରାୟ ପନ୍ଦର ହଜାରରୁ ଉର୍ଦ୍ଧ ଭକ୍ତ ମାନଙ୍କୁ ପ୍ରସାଦ ଓ ପହୁଡ଼ ଭୋଗ ମାଗଣାରେ ପ୍ରଦାନ କରାଯାଇଥିଲା । ସେବାୟତ ମାନଙ୍କ ମଧ୍ୟରେ ମନ୍ଦରଧର ଦିକ୍ଷୀତ, ଦିପୁନ ଦିକ୍ଷୀତ, ଅନୁଗ୍ରହ ଦିକ୍ଷୀତ, ଶେଖର ମହାପାତ୍ର, କୃଷ୍ଣ ପ୍ରସାଦ ଦୀକ୍ଷିତ, ଜୀବନ ଦିକ୍ଷୀତ, ଭାଗିରଥି ଦୀକ୍ଷିତ,ମଦନ ମୋହନ ଦିକ୍ଷୀତ ପଞ୍ଚାନନ ଦିକ୍ଷୀତ, ଶରତ ପଣ୍ଡା, ଅରବିନ୍ଦ ଦିକ୍ଷୀତ, ନିକୁଞ୍ଜ ଦିକ୍ଷୀତ, ପ୍ରଶାନ୍ତ ଦିକ୍ଷୀତ, ସୁଶାନ୍ତ ପଣ୍ଡା, ପ୍ରଫୁଲ୍ଲ ସାହୁ, ବାପି ଦିକ୍ଷୀତ, ନିତ୍ୟା ନନ୍ଦ ଦୀକ୍ଷିତ, ପ୍ରଦୀପ ପଣ୍ଡା, ଗୋପ ବନ୍ଧୁ ଦୀକ୍ଷିତ, କୁଳମଣି ଦିକ୍ଷୀତ ଏବଂ ପୀଠର ସମସ୍ତ ପୂଜକ ସେବାୟତ ତଥା ଯୁବକ ମାନେ ପୂର୍ଣ୍ଣାହୁତି ପର୍ବରେ ବିଭିନ୍ୟ ବିଭାଗରେ ନିଜ ନିଜ ଦାୟିତ୍ୱ ସମ୍ପନ୍ନ କରିଥିଲେ  ।