ଦୁର୍ଘଟଣାରେ ମାଆପୁଅ ଗୁରୁତର

 ସୁକିନ୍ଦା : ଏହି ବ୍ଲକ କାଦୁଅବନ୍ଦୀ ଗ୍ରାମ ନିକଟ ରେଙ୍ଗାଲି କେନାଲ ରାସ୍ତାରେ ବାଇକ ଦୁର୍ଘଟଣାରେ ମାଆପୁଅ ଗୁରୁତର  ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ କାଙ୍କଡପାଳ ପଞ୍ଚାୟତ ଅଧିନସ୍ଥ ଚଟକିପଶି ଗ୍ରାମର ନରେନ୍ଦ୍ର ମହାନ୍ତ ଷୋମବାର ଦିନ ସ୍ତ୍ରୀ ପ୍ରଭାତୀ ମହାନ୍ତ ଓ ଶିଶୁ ପୁତ୍ରକୁ ବାଇକରେ ନେଇ ଯାଉଥିବା ସମୟରେ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟ ଦମ୍ପତି ଓ ଶିଶୁ ପୁତ୍ରକୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମା ଓ ପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।