ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ

ଭୁବନେଶ୍ୱର : ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସାମାଜିକ ପ୍ରତିବଦ୍ଧତାର ପ୍ରଦର୍ଶନ ନେଇ ଶପଥ ପାଠ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ । ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଦୁର୍ନୀତି ଏକ ବଡ ପ୍ରତିବନ୍ଧକ ହୋଇଥିବାରୁ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାପର ଭାବେ ଆଇନ ଅନୁମୋଦିତ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ । ଏହି ଶପଥ ପାଠ ଉତ୍ସବରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍‌ବୀର ସିଂହ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ନିର୍ଦ୍ଦେଶକ ବିତ୍ତ ପରାମର୍ଶଦାତା ପୃଥ୍ୱୀରାଜ ପାଣି, ଉପଶାସନ ସଚିବ ସେକ କଲାମ ଉଦ୍ଧିନ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଅଶ୍ୱିନୀ କୁମାର ଭୋଇଙ୍କ ସମତେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।

 ଲୋକସେବା ଭବନ : ଲୋକସେବା ଭବନରେ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ୨ୟ ମହଲା ପ୍ରାଙ୍ଗଣରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥପାଠ କରାଇଥିଲେ ।

ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ : ଲୋକସେବା ଭବନସ୍ଥିତ ୨ୟ ମହଲା ପ୍ରାଙ୍ଗଣରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥପାଠ କରାଇଥିଲେ । ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ ଏବଂ ଏହାର ମୂଳୋତ୍ପାଟନ ନିମନ୍ତେ ସରକାର, ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ : ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତହୋଇଯାଇଛି । ଏକାଡେମୀର ମହା ନିର୍ଦ୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥିଭାଥନନ୍‌ କାର୍ଯ୍ୟାଳୟର ସମସ୍ତଅଧିକାରୀ, କର୍ମଚାରୀ ଓ ଏକାଡେମୀରେ ପ୍ରଶିକ୍ଷଣନେଉଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ସାଧୁତାର ଶପଥପାଠ କରାଇଥିଲେ । ସେହିପରି ଭୁବନେଶ୍ୱର ସ୍ଥିତ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ କାର୍ଯ୍ୟାଳୟରେ ମଧ୍ୟ ନ୍ୟାୟିକ ଓ ପ୍ରଶାସନିକ ବିଭାଗର ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ଶପଥପାଠ କରିଥିଲେ ।

ସ୍ୱାସ୍ଥ୍ୟ ବିଭାଗ : ସାଧୁତା ଓ ସ୍ୱଚ୍ଛତା ସଚେତନତା ସପ୍ତାହ ଉପଲକ୍ଷେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସାମୂହିକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ଶାସନ ସଚିବ ଅଶ୍ୱତୀ ଏସ୍‌ଙ୍କ ନେତୃତ୍ୱରେ ବିଭାଗର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନେ ସମବେତ ହୋଇ ଶପଥ ପାଠ କରିଥିଲେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ ସହ ଆଇନର ଶାସନକୁ ଅନୁପାଳନ କରିବା, ସମସ୍ତ କାର୍ଯ୍ୟକୁ ଉତ୍ତରଦାୟିତ୍ୱତା, ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା, ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବା ଏବଂ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଜାଣିବା ମାତ୍ରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ନିମନ୍ତେ ସମସ୍ତ ଶପଥ ପାଠ କରିଥିଲେ । ବିଭାଗୀୟ ଭିଜିଲାନ୍ସ ଅଧିକାରୀ ବିଜୟ କୁମାର ଦାଶ, ସ୍ୱତନ୍ତ୍ର ଶାସନ ସଚିବ ଡ଼ାକ୍ତର ବିଜୟ କୁମାର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଗୌରହରି ବେହେରାଙ୍କ ସମେତ ସମସ୍ତ ପଦସ୍ଥ ଅଧିକାରୀ ଏବଂ କର୍ମଚାରୀମାନେ ସାମୂହିକ ଭାବେ ଶପଥ ପାଠ କରିଥିଲେ ।