ଶିରୁଳି ମହାବୀର ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି

ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି । ଲୁହା ଗେଟ କାଟି ଲୁଟ୍ କରିଛନ୍ତି ଲୁଟେରା । ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦାନବାକ୍ସରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି ।  ଗତକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ପରେ ଦୈନନ୍ଦିନ ନୀତିକାନ୍ତି ସମ୍ପର୍ଣ୍ଣ ହୋଇ ସାଢ଼େ ୧୦ଟାରେ ରାତ୍ର ପହୁଡ଼ ହୋଇଥିଲା । ତେବେ ଆଜି ସକାଳୁ ପାଳିଆ ସେବାୟତ ମନ୍ଦିର ଖୋଲି ଭିତରକୁ ପ୍ରବେଶ କରିବା ବେଳେ ହୁଣ୍ଡିଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ମନ୍ଦିର କମିଟିକୁ ଅବଗତ କରାଇଥିଲେ ।  ପରେ ଚନ୍ଦନପୁର ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି । ଅନ୍ୟପଟେ ଦୃର୍ବୁତ୍ତମାନେ ଗାଁର ଲାଇନ କାଟିବା ସହ ସିସିଟିଭି ନଷ୍ଟ କରି ଦେଇଛନ୍ତି ।