'ରୁଚି ଫୁଡ୍ ଲାଇନ୍' ପକ୍ଷରୁ ବିଜ୍ଞାପନ ଲୋକାର୍ପିତ

'ରୁଚି ଫୁଡ୍ ଲାଇନ୍' ପକ୍ଷରୁ ବିଜ୍ଞାପନ ଲୋକାର୍ପିତ

ରୁଚି ଓଡିଶାର ଘରେ ଘରେ ବେଶ୍‌ ଲୋକପ୍ରିୟ ରୁଚି ଫୁଡ୍‌ଲାଇନ୍‌ ପକ୍ଷରୁ ରୁଚି ଚା’ର ଜନସଚେତନତା ମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଲୋକାର୍ପିିତ ହୋଇଛି । ରୁଚି ବ୍ରାଣ୍ଡ୍‌ ନିଜର ସ୍ୱାଦ ଓ ଗୁଣାତ୍ମକ ମାନ ପାଇଁ ଗ୍ରାହକମାନଙ୍କ ଦ୍ୱାରା ବେଶ୍‌ ପରିଚିତ ଓ ଲୋକପ୍ରିୟତା ଲାଭ କରିଛି । ବର୍ତ୍ତମାନର ବଜାରରେ ‘ରୁଚି’ର ୪ପ୍ରକାର ଚା’ ଯଥା-ଉକ୍ରଳ ଡଷ୍ଟ, ଉକ୍ରଳ ପ୍ରିମିୟମ, ଇଲାଇଚ୍‌ ଓ ଉକ୍ରର୍ଷ ଲିଫ୍‌ ଉପଲବଧ ହେଉଛି । ମାତ୍ର ଆଜି ସାଧାରଣ ନିର୍ବାଜନ ପରିପ୍ରେକ୍ଷୀରେ ସମସ୍ତ ଭୋଟର୍‌ ମାନଙ୍କୁ ସଚେତନ କରିବା ସହ କାହା ଦ୍ୱାରା ପ୍ରଭାବିତ ନ ହୋଇ ନିଜର ମୂଲ୍ୟବାନ ଭୋଟ୍‌ ଦେବାକୁ ଏହି ବିଜ୍ଞାପନରେ ବାର୍ତ୍ତା ଦିଆଯାଇଛି । ବିଶେଷ ଭାବରେ ନିଜ ନିଷ୍ପତ୍ତି ନିଜେ ନେବାକୁ ‘ରୁଚି’ ନିଜର ଟ୍ୟାଗ୍‌ ଲାଇନ୍‌ ରେ ବାର୍ତ୍ତା ଦେଇ କହିଛି ‘ଆମ ଭୋଟ-ଆମ ରୁଚି । ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ କହିଛନ୍ତି ଓଡିଶାର ପ୍ରିୟ ଗ୍ରାହାକମାନଙ୍କୁ ସବୁବେଳେ ନୂଆ ସ୍ୱାଦ ଓ ନୂଆ ଚଏସର ସାମଗ୍ରୀ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ । ସେଥିପାଇଁ ଉଚ୍ଚ ଗୁଣମାନଯୁକ୍ତ ବିଶୁଦ୍ଧ ଓ ବେଶ୍‌ ସ୍ୱାସ୍ଥ୍ୟ ଉପଯୋଗୀ ରୁଚି ଚା’ ଲୋକମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିଛି ।

 ଏହାଛଡା ରୁଚି’ର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଛନ୍ତି ପୂର୍ବଭାରତରେ ଉତ୍ପାଦିତ ହେଉଥିବା ସବୁଠାରୁ ଭଲ ଚା’ ରୁଚି ପକ୍ଷରୁ ଆମଦାନୀ କରି ଏହାର ବଜାର ପ୍ରବେଶ କରାଯାଇଛି । ଓଡିଶାର ଶିଳ୍ପ ମାନଚିତ୍ରରେ ଦୀର୍ଘ ୪୮ବର୍ଷର ଅନୁଭୂତି ଓ ଅଭିଜ୍ଞତା ଏବଂ ସବୁ ଶ୍ରେଣୀର ଗ୍ରାହକମାନଙ୍କ ଗ୍ରହଣୀୟତା ପାଇଁ ରୁଚି ଏବେ ୩୦୦ରୁ ଉଦ୍ଧ୍ୱର୍ ସାମଗ୍ରୀ ଉତ୍ପାଦନ ଓ ବିପଣନ କରୁଛି । ଏଥିସହିତ ‘ରୁଚି’ର ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ସାଲୀନା ସାହୁ ଓ ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ‘ରୁଚି’ର ମାର୍କେଟିଂ ହେଡ୍‌ ଦେବ୍ରତ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ରୁଚି ଦମଦାର୍‌ ଚା’ କିଭଳି ଅଳ୍ପଦିନ ମଧ୍ୟରେ ଗ୍ରାହକଙ୍କ ପାଖରେ ଆଦୃତ ହୋଇପାରିଛି, ରୁଚିର ଚାହିଦା ଓ ଉପଯୋଗିତା ସଂପର୍କରେ ଉଲ୍ଲେଖ କରିଛନ୍ତି । ତତ୍‌ ସହିତ ସେଲସ୍‌ ବିଭାଗର ମୁଖ୍ୟ ଦିଲ୍ଲୀପ୍‌ କୁମାର ସାହୁ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଂ, ନ୍ୟାୟଗ୍ରତ ରାଉତ୍‌, ହ୍ୱାଇଟ୍‌ କାନ୍‌ଭାସର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।