ଧର୍ମଘଟରେ ସଫେଇ କର୍ମଚାରୀ : ସ୍ୱାସ୍ଥ୍ୟକେନ୍ଦ୍ରରେ ଅପରିଷ୍କାର ପରିବେଶ
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କର୍ମଚାରୀମାନେ ଧର୍ମଘଟ କରିଛନ୍ତି । ଦୀର୍ଘ ଦିନ ହେବ ଅଳିଆ ଆବର୍ଜନା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଆଗାମୀ ଦିନରେ ପରିସ୍ଥିତି ଅସମ୍ଭାଳ ହେବା ଅନୁମେୟ ଅଟେ । ଘରୋଇ ସଂସ୍ଥା ଦ୍ୱାରା ସଫେଇ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ବେତନ ବୃଦ୍ଧି ସାଙ୍ଗକୁ ନିୟମିତ ବେତନ ପ୍ରଦାନ ଦାବିରେ କର୍ମଚାରୀମାନେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଆବଶ୍ୟକ ପଦକ୍ଷେପ କରିବା ସହ ସମସ୍ତ କର୍ମଚାରୀଙ୍କୁ ବୀମା ଭୁକ୍ତ କରିବା ସହ ସୁରକ୍ଷିତ ପୋଷାକ, ହେଣ୍ଡ ଗ୍ଲୋବ, ସୁରକ୍ଷିତ ଜୋତା ପ୍ରଦାନ କରିବାକୁ ଦାବି କରିଛନ୍ତି । ସଫେଇ କର୍ମଚାରୀମାନେ ନିଜ ଦାୟିତ୍ୱ ସମ୍ପାଦନବେଳେ ଜୀବନରେ ସଂକ୍ରମଣ ହେବା ଆଶଙ୍କା ରହିଛି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁସ୍ଥ ଓ ନିର୍ମଳ ପରିବେଶ ସୃଷ୍ଟି କରିବା ପାଇଁ ସଫେଇ କର୍ମଚାରୀଙ୍କୁ ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ତେଣୁ ଆବଶ୍ୟକ ଏବଂ ନ୍ୟାୟ ଦାବି ପୂର୍ଣ୍ଣ କରି କାର୍ଯ୍ୟରେ ଯୋଗଦାନ ପାଇଁ ଅନୁରୋଧ ଅଟେ । ଦୈନିକ ଅଳିଆ ଆବର୍ଜନା ଗଦା ଅପରିଷ୍କାର ପରିବେଶ ସୃଷ୍ଟି କରୁଛି । ତେଣୁ ସରକାର ଏବଂ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।