ଧର୍ମଶାଳାରେ ତ୍ରିରଙ୍ଗା ଶୋଭାଯାତ୍ରା
ଧର୍ମଶାଳା : ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ଠାରେ ବିଶାଳ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଜାରକା ମହୋତ୍ସବ ପଡିଆରୁ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତକା ଧରି ଭାରତ ମାତା କି ଜୟ ଧ୍ୱନି ଦେବା ସହ ହିନ୍ଦୁସ୍ତାନ ଜିନ୍ଦାବାଦ ଓ ପାକିସ୍ତାନ ମୁର୍ଦାବାଦ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଏଥିସହ ସମସ୍ତେ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇଥିଲେ । ଜାରକା ମହୋତ୍ସବ ପଡିଆରୁ ହଜାର ହଜାର ସଂଖ୍ୟାରେ ଲୋକେ ତ୍ରରଙ୍ଗା ପତକା ଧରି ବାହାରି ଗୋପବନ୍ଧୁଛକ ଦେଇ ଜେମାଶୁଣୀ ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ଜାରକା ବଡ ବଜାର, ମେନ ମାର୍କେଟେ ଦେଇ ମହୋତ୍ସବ ପଡିଆରେ ପହଁଚିଥିଲେ ।ଏହି କାର୍ଯ୍ୟକ୍ରମରେ ବିଜେପି ନେତା କାହ୍ନୁ ଚରଣ ଦାଶ, ଚନ୍ଦ୍ରମଣି ପଣ୍ଡିତ, ଆଲୋକ ଲେଙ୍କା, ପାଣ୍ଡବ ଧଳ, ଜିତେନ୍ଦ୍ର ରାଉତ, ଉପେନ୍ଦ୍ର କୁମାର କର ସମେତ ହଜାର ହଜାର କର୍ମୀ, ସାଧାରଣ ନାଗରିକ ଓ ବିଭିନ୍ନ ସ୍କୁଲ ଓ କଲେଜର ସ୍କାଉଟ ଓ ଏନସିସି କ୍ୟାଡେଟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ବୀର ଯବାନ ମାନଙ୍କ ଅବଦାନ କୁ ଭୁଲି ହେବ ନାହିଁ ବୋଲି ବିଧାୟକ ହିମାଂଶୁ କହିଛନ୍ତି । କାର୍ଯ୍ୟକ୍ରମକୁ ରାଜେଶ ପାଳ,ଅଭିଶେକ ରାଉତ, ଲୋକନାଥ ମହାନ୍ତି, ଗୌତମ ସାହୁ, ଅଂଶୁମାନ ରଥ, ସୁଦାମ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।