ମହାବିଷୁବ ମିଳନ  ୬୫ କବିଙ୍କୁ ସମ୍ବର୍ଦ୍ଧନା 


ବରୀ : ଭାରତର ପ୍ରାଚୀନ ନିଜସ୍ୱ ସଂସ୍କୃତିକୁ ଆମେ ଗ୍ରହଣ କରୁନଥିବାରୁ ତାହା ଆଜି ପାଶ୍ଚାତ୍ୟ ସଂସ୍କୃତି ନିକଟରେ ବନ୍ଧା ପଡି ଯାଇଛି ବୋଲି ବହୁ ବକ୍ତା ମତବ୍ୟକ୍ତ କରିଛନ୍ତି । ଯାଜପୁର ଜିଲ୍ଲାର ଅରିଲୋଠାରେ ସୁପ୍ରସିଦ୍ଧ  ଶାମେଶ୍ୱର ଶୈବ୍ୟ ପୀଠ ଠାରେ ଅଖିଳଚକ୍ର ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ମହାବିଷୁବ ମିଳନ, ସାରସ୍ୱତ ସମାରୋହ, କବିତା ପାଠୋସôବ ଓ ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉସôବରେ ପଣ୍ଡିତ ତଥା ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ମହେଶ୍ୱର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉସôବଟିକୁ ଉଦଘାଟନ କରି କହିଲେ ଯେ, ମହାଭାରତ ଭଳି ବିଶ୍ୱ ସଂଗ୍ରାମରେ ସୁଦର୍ଶନ ଚକ୍ର ଯେଉଁ ଭୂମିକା ନେଇ ଧର୍ମ ସଂସ୍ଥାପନ କରିଥିଲା, ତାହା ଆଜି ଅଖିଳଚକ୍ର  ମାଧ୍ୟମରେ  ଭାରତୀୟ ସଂସ୍କୃତି, ଓ ଉକôଳର  ସାହିତ୍ୟ,ସଂସ୍କୃତିର ଧାରକ ଭାବେ କାର୍ଯ୍ୟ କରୁଛି । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଅଧ୍ୟାପକ ଶ୍ରୀକାନ୍ତ ନାୟକ ଭାରତୀୟ ସଂସ୍କୃତି ହେଉଛି ବିଶ୍ୱ ଜନାଦର୍ଶର ଉକôର୍ଷ ବୋଲି କହିଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ଦେବପ୍ରସାଦ ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ଦାଶ, ଉନ୍ନୟନ କମିଟିର ସଭାପତି ନରହରି ସାମଲ, ଉନ୍ନୟନ କମିଟିର ଆବାହକ ଅଟଳ ବିହାରୀ ନାୟକ ପ୍ରମୁଖ ଭାରତୀୟ ସଂସ୍କୃତିର ମୂଲ୍ୟବୋଧ ଓ ବିଷୁବ ମିଳନର ତାତ୍ପର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । 
ଗୋପୀନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ୨ୟ ଅଧିବେଶନରେ ମୁଖ୍ୟବକ୍ତା ଭାବେ ଡଃ ଦେବ ପ୍ରସାଦ ସାମଲ, ସମ୍ମାନୀତ ଅତିଥି ଭାବେ କବି ନିରଂଜନ ବେହେରା, କବୟିତ୍ରୀ ଅମ୍ରିତା ସିଂହ, ଆଡଭୋକେଟ ଅମ୍ବିକା ପ୍ରସାଦ ସାମଲ, ଅଧ୍ୟାପକ ମଣ୍ଟୁ ବଳବନ୍ତରାୟ ଯୋଗ ଦେଇଥିଲେ । ଅନୁଷ୍ଠାନର ସହସମ୍ପାଦକ ଗୈ÷ାରାଙ୍ଗ ସ୍ୱାଇଁ, କବି ଜୀତେନ୍ଦ୍ର କୁମାର ବେହେରା, କବୟିତ୍ରୀ ବନ୍ଦନା ସାମଲ,କବି ଶଶୀଭୂଷଣ ସାମଲ କବିତାପାଠୋସôବର ସଂଯୋଜନା କରିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ସ୍ୱରଚିତ କବିତାପାଠ କରିଥିବା ୬୫ ଜଣ ବରିଷ୍ଠ କବିଙ୍କୁ  ଏହି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।