ସ୍ୱପ୍ନାଶ୍ରୀଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସମ୍ମାନ

 ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ଡିଏଭି ପବ୍ଲିକ ସ୍କୁଲ ଛାତ୍ରୀ ସ୍ୱପ୍ନାଶ୍ରୀ ଗଡ଼ନାୟକ (୮) ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଅଚିଭର୍ ଭାବରେ ସମ୍ମାନିତ ହୋଇଛନ୍ତି । ତାଙ୍କ ଘର ଗୋପାଳ ପ୍ରସାଦ ନିକଟ ମଲ୍ଲିବନ୍ଧ ଗାଁରେ । ଓଡ଼ିଶା ଠାରୁ ୧୧୮ଟି ପିରିଆଡିକ ଟେବୁଲ୍ ତତ୍ତ୍ୱକୁ ୨୫.୩୧ ସେକେଣ୍ଡ ମଧ୍ୟରେ ଉଚ୍ଚାରଣ କରି ଏହି ସମ୍ମାନ ଲାଭ କରିଛନ୍ତି ।  ଏହି ସାଧନା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ଦ୍ୱାରା ପଦକ ପ୍ରଦାନ କରି ସମ୍ମାନିତ କରାଯାଇଛି ।