ପୃଥକ ଚୋରି ଘଟଣାରେ ୨ ଗିରଫ
କବାଟବନ୍ଧ : ପୃଥକ ଚୋରୀ ଘଟଣାରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନା ଅନ୍ତର୍ଗତ ରାଇଛନ୍ଦା ଗ୍ରାମର ସ୍ୱର୍ଗତ ଅକ୍ଷୟ ମଲ୍ଲିକଙ୍କ ପୁଅ ବିନୋଦ (୪୫)କୁ ଏମଏସଆଇଏଲ ଠିକା ସଂସ୍ଥାରୁ ଲୁହା ପାଇପ ଚୋରି ଘଟଣାରେ ପୁଲିସ ଗିରଫ କରିଛି । ବ୍ରାହ୍ମଣୀବ୍ରିଜ ଠାରେ ଠିକା ସଂସ୍ଥା ସେତୁ ନିର୍ମାଣ କରୁଛି । ସେତୁ କାର୍ଯ୍ୟରେ ଲୁହା ପାଇପ ସହିତ ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶ ରହିଛି । ଏହାର ସୁଯୋଗ ନେଇ ବିନୋଦ ଲୁହା ପାଇପ ଚୋରି କରିଥିଲା । କମ୍ପାନୀ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିର୍ତି କରି ଏହି ଘଟଣାରେ ପୁଲିସ ଲୁହା ପାଇପ ଜବତ କରିବା ସହିତ ବିନୋଦକୁ ମାମଲା ନଂ ୧୮୦/୨୫ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଏହିଥାନା ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ସୋରାଇ ଗ୍ରାମର ଜଣେ ଯୁବକକୁ ଚୋରା ବାଇକ ବ୍ୟବହାର କରୁଥିବା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକ ଜଣକ ହେଲେ ପ୍ରସନ୍ନ କୁମାର ସାହୁଙ୍କ ପୁଅ ପ୍ରକାଶ ଓରଫ ବାଙ୍କୁ (୩୨) ହୋଇଥିବା ବେଳେ ଏକ ଏକ ହିରୋ ସ୍ପେଣ୍ଡର ବାଇକ ଓଡ଼ି୦୨ଏଚ-୪୬୦୨କୁ ବ୍ୟବହାର କରୁଥିଲା । ଖବର ପାଇ ବାଙ୍କୁର ଘରେ ପୁଲିସ ଚଢ଼ାଉ କରିଥିଲା । ପୁଲିସ ବାଙ୍କୁକୁ ଗିରଫ କରିବା ସହିତ ବାଇକକୁ ଜବତ କରିଥିଲେ । ଥାନା ମାମଲା ନମ୍ବର ୧୮୧/୨୫ରେ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରିଣୀ ନିରୂପମା ଜେନା ସୂଚନା ଦେଇଛନ୍ତି ।