ନାତୁଣୀଙ୍କୁ ଅତ୍ୟାଚାର, ଜେଜେ ମା'ର ଆତ୍ମହତ୍ୟା
କାକଟପୁର : ଆଜି କାକଟପୁର ବ୍ଲକ ଲତାହରଣ ପଞ୍ଚାୟତ ଗୋରଡ଼ିତୋଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ, ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କର ମୃତ ଶରୀର ଜଣେ ବ୍ୟକ୍ତିଙ୍କ ଗୃହ ସାମ୍ନା ଆଜବେଷ୍ଟ କଇଁଚିଆରେ ଝୁଲନ୍ତା ଅବସ୍ଥାରେ ରହିଛି, ଯାହାଙ୍କର ନାମ ବେଙ୍ଗ ବରାଳ, ଏହା ଏକ ହତ୍ୟା କି ଆତ୍ମହତ୍ୟା ଯାହା ସମ୍ପୂର୍ଣ୍ଣ ସନେ୍ଦହ ଘେର ଭିତରେ ରହିଛି, ଘଟଣା ସ୍ଥଳରେ କାକଟପୁର ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିବା ସହ ଫରେନସିକ୍ ଟିମ୍ର ସହାୟତା ଲୋଡିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ମୃତ ବୃଦ୍ଧାଙ୍କ ନିଜ ଘର ଅସ୍ତରଙ୍ଗ ବ୍ଲକ କରଞ୍ଜପୁର ଗ୍ରାମରେ ମାତ୍ର ଗତକାଲି ନିଜ ବାପଘର ଗ୍ରାମ ଗୋରଡ଼ିତୋଟାକୁ ଆସିଥିଲେ ଆଉ ନିଜ ଭାଇଙ୍କ ଘରେ କିଛି ସମୟ ବିତାଇଥିଲେ, ଆସିବା କାରଣ ଯାହା ସୂଚନା ରହିଛି ବୃଦ୍ଧା ତାଙ୍କ ନିଜ ନାତୁଣୀଙ୍କୁ ନିକଟସ୍ଥ ଓଳଙ୍ଗର ଗ୍ରାମରେ ବିବାହ ଦେଇଥିଲେ ମାତ୍ର ବିବାହର କିଛି ବର୍ଷ ପରେ ନାତୁଣୀ ଶଶୁର ଘରେ ଅତ୍ୟାଚାରର ଶିକାର ହୋଇଥିଲେ ଯାହାକୁ ସମାଧାନ କରିଥିଲେ ବୃଦ୍ଧାଙ୍କ ବାପ ଘର ଗ୍ରାମର ବୈକୁଣ୍ଠ ରାଉତ, ଗତକାଲି ଉକ୍ତ ଭଦ୍ରବ୍ୟକ୍ତିଙ୍କୁ ସାକ୍ଷାତ କରି ନାତୁଣୀ ବିଷୟରେ ଆଲୋଚନା କରିବା ପାଇଁ ବୃଦ୍ଧା ନିଜ ବାପ ଘର ଗ୍ରାମକୁ ଆସିଥିଲେ, ସନ୍ଧ୍ୟା ସମୟରେ ବୈକୁଣ୍ଠ ରାଉତଙ୍କ ଘରକୁ ଆସିଥିଲେ, ଆଜି ଭୋର ୫ ଘଟିକା ସମୟରେ ବୈକୁଣ୍ଠଙ୍କ ପନôୀ ଘର ବାହାରକୁ ଆସିଥିଲେ ଆଉ ଝୁଲନ୍ତା ଅବସ୍ଥାରେ ମୃତ ଶରୀରଙ୍କୁ ଦେଖି ଆଗ ନିଜ ଘରେ ଆଉ ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଗ୍ରାମବାସୀ ଏକାଠି ହୋଈ ବୃଦ୍ଧାଙ୍କୁ ପିନ୍ଧିଥିବା ଲୁଗାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଆଉ ପରେ ବୃଦ୍ଧାଙ୍କ ପରିବାରକୁ ଖବର ଦିଆଯାଇଥିଲା, ଘଟଣା ସ୍ଥଳରେ ବୃଦ୍ଧାଙ୍କ ପୁଅ ଶରତ ବରାଳ ପହଞ୍ଚି କାକଟପୁର ଥାନାରେ ଭଦ୍ରଲୋକ ବୈକୁଣ୍ଠ ରାଉତ ଆଉ ଭାଗା ପ୍ରଧାନଙ୍କ ନାମରେ ଏତଲା କରିଛନ୍ତି, ଯାହା ସୂଚନା ରହିଛି ଉକ୍ତ ଭଦ୍ର ଲୋକଙ୍କ ଦ୍ୱାରା ବୃଦ୍ଧାଙ୍କ ନାତୁଣୀଙ୍କ ବିବାହ କରାଯାଇଥିଲା, ଗ୍ରାମବାସୀଙ୍କ ତରଫରୁ ଯାହା ସୂଚନା ରହିଛି । ଏହି ଘଟଣା ଉପରେ ବୃଦ୍ଧାଙ୍କ ନାତୁଣୀ ଶଶୁର ଘର ଲୋକଙ୍କ ସମ୍ପୃକ୍ତି ଥାଇପାରେ, ସେମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଉ, ଯାହା ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିବ, ଏବେ କାକଟପୁର ପୋଲିସର ତଦନ୍ତ ପରେ ଜଣାପଡିବ ଏହା ହତ୍ୟା ନା ଆତ୍ମହତ୍ୟା ।