ଖୋର୍ଦ୍ଧାରୋଡ଼-ବାଲୁଗାଁ-ବ୍ରହ୍ମପୁର ସେକ୍ସନରେ ସ୍ୱତନ୍ତ୍ର ଟିକେଟ୍ ଯାଞ୍ଚ
ଜଟଣୀ : ଟିକେଟଧାରୀ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ଉଦେ୍ଧଶ୍ୟରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ଖୋର୍ଦ୍ଧାରୋଡ଼-ବାଲୁଗାଁ-ବ୍ରାହ୍ମପୁର ସେକ୍ସନରେ ସ୍ୱତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ କରାଯାଇଛି । ଏହି ସେକ୍ସନ ଦେଇ ଯାଉଥିବା ଟ୍ରେନଗୁଡ଼ିକୁ ବାଣିଜ୍ୟ ଅଧିକାରୀ ଟିକେଟ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ଗଠିତ ଏକ ଟିମ୍ ଦ୍ୱାରା ସମ୍ପୂର୍ଣ୍ଣ ଯାଞ୍ଚ କରଯାଇଛି । ଯାଞ୍ଚ ହୋଇଥିବା ଟ୍ରେନ୍ଗୁଡିକ ହେଉଛି, ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, (ଟ୍ରେନ୍ ନମ୍ବର ୧୮୪୬୩), ହାଓଡ଼ା-ଏସ୍ଏମ୍ଭିଟି ବାଙ୍ଗାଲୋର ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୨୮୬୩), ହାଓଡ଼ା-ଚେନ୍ନାଇ ମେଲ୍ (ଟ୍ରେନ୍ ନମ୍ବର ୧୨୮୩୯) ସିକୁନ୍ଦ୍ରାବାଦ-ହାଓଡ଼ା ଫଲକନୁମା ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୨୭୦୪) ଏବଂ ଏସ୍ଏମ୍ଭିଟି ବାଙ୍ଗାଲୋର-ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୨୮୬୪) ଇତ୍ୟାଦି । ଅନଧିକୃତ ଯାତ୍ରୀଙ୍କ ଯାତ୍ରାକୁ ରୋକିବା ପାଇଁ ଏହି ଟ୍ରେନଗୁଡ଼ିକର ପ୍ୟାଣ୍ଟ୍ରି କାର ସମେତ ସମସ୍ତ ବର୍ଗର କୋଚ ଯାଞ୍ଚ କରାଯାଇଥିଲା । ଏହି ଟିକେଟ୍ ଯାଞ୍ଚ ଅଭିଯାନ ସମୟରେ ୧୦୩ ଜଣ ବିନା ଟିକେଟ୍ ଯାତ୍ରୀ ଚିହ୍ନଟ ହେଇଥିଲେ ଏବଂ ଏହି ଯାତ୍ରୀମାନଙ୍କଠାରୁ ଭଡା ସହିତ ଜରିମାନା ଆକାରରେ ୩୭,୮୨୦ଟଙ୍କା ସଂଗ୍ରହ କରାଯାଇଥିଲା । ଅନୀଲ କୁମାର ଏସ୍, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକଙ୍କ ନିଦେ୍ର୍ଦଶରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା ।