ନାବାଳିକା ପୋଡ଼ି ମାରିବା ଘଟଣାରେ ୩ ଅଟକ
ବରଗଡ଼: ବରଗଡ଼ ଫିରିଙ୍ଗିମାଲ ଗାଁରେ ନାବାଳିକା ପୋଡ଼ି ମାମଲାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ବରଗଡ଼ ଏସପିଙ୍କ ନେତୃତ୍ୱରେ ୩ ଜରିଆ ଟିମର ଖୋଳତାଡ଼ । ନାବାଳିକାଙ୍କ ୨ ଜଣ ସମ୍ପର୍କୀୟ ଏବଂ ପେଟ୍ରୋଲ ଦେଇଥିବା ଦୋକାନୀଙ୍କୁ ପଚରାଉଚରା କରୁଚି ପୋଲିସ । ସେପଟେ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାଣଙ୍କୁ ସମାଲୋଚନା କରିଛନ୍ତି । ଗତକାଲି ୮ମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଶୌଚ ଯିବା ସମୟରେ ଆଉ ଜଣେ ଝିଅ ତାଙ୍କ ଉପରେ ପେଟ୍ରାଲ ଢ଼ାଲି ନିଆଁ ଲଗେଇ ଦେଇଥିଲା । ଏହାପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବୁର୍ଲା ମେଡିକାଲରେ ପୀଡ଼ିତାଙ୍କ ଚିକିତ୍ସା କରିବା ଅବସ୍ଥାରେ ପୀଡ଼ିତା ପ୍ରାଣ ହରାଇଥିଲେ ।