ଘନ କୁହୁଡି ନେଇ ୯ ଜିଲାକୁ ୱାର୍ନିଂ ଜାରି
ଘନ କୁହୁଡି ନେଇ ମଙ୍ଗଳବାର ୯ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ଏସବୁ ଜିଲା ଗୁଡ଼ିକ ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା ରହିଛି। ସେହିପରି ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମକୁ ଘନ କୁହୁଡ଼ି ନେଇ ସତର୍କ ଜାରି ହୋଇଛି।
ଯାଜପୁର ଓ ନୟାଗଡ଼ ଜଲାରେ ମଧ୍ୟ କୁହୁଡ଼ି ଦେଖାଯିବ।ତେବେ ହଠାତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରିହୋଇଛି। ତାପମାତ୍ରା ବୃଦ୍ଧି ଘଟିଛି।ଅନ୍ୟପକ୍ଷେ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ପାଗ ହଠାତ୍ ପରିବର୍ତ୍ତନ ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ପଶ୍ଚିମ ଝଡ ପୁଣି ସକ୍ରିୟ ହେବ। ଫେବୃଆରୀ ୪ ଏବଂ ୫ ତାରିଖରେ ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ଓଡ଼ିଶା ଭଳି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଘୂର୍ଣ୍ଣିବାତ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରର ଅନେକ ଅଞ୍ଚଳରେ ତୁଷାରପାତ ଯୋଗୁ ତାପମାତ୍ରା ମାଇନସରେ ଅଛି। ପାଣିପାଗ ବିଭାଗ ଅନୁଯାୟୀ, ବର୍ତ୍ତମାନ ପାଇଁ ଏହି ଅଞ୍ଚଳଗୁଡ଼ିକରେ ତୁଷାରପାତ ଜାରି ରହିବ, ଯାହାର ପ୍ରଭାବ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦେଖାଯିବ। ପାହାଡ଼ଗୁଡ଼ିକରେ ତୁଷାରପାତ ଯୋଗୁ ଏହି ରାଜ୍ୟଗୁଡ଼ିକରେ ଥଣ୍ଡା ବଢ଼ିପାରେ। ଅନ୍ୟପଟେ କିଛି ରାଜ୍ୟରେ ହାଲୁକା କୁହୁଡ଼ି ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।