ନିଆଁ ଲାଗି ମଉଳି ଗଲା ଆମ୍ବ ଚାଷୀଙ୍କ ଆଶା

 ନୂଆପଡା :ନୂଆପଡା ଜିଲ୍ଲା କୋମନା ବ୍ଲକ ଢ଼ୋର୍ଲାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତା ଓ ଗେରୁଜୋର ଗ୍ରାମର ଆମ୍ବ ଚାଷୀଙ୍କ ବଗିଚାରେ ନିଆଁ ଲାଗି ଶହ ଶହ ଆମ୍ବଗଛ ପୋଡିଯାଇଛି । ସୂଚନା ମୁତାବକ ଛତା ଗ୍ରାମର ଚାଷୀ ବୈଷ୍ଣବ କଣ୍ଟା, ନାରାୟଣ ମାଝୀ ଓ ବିରେନ କଣ୍ଟା ଆର୍ଥିକ ବର୍ଷ ୨୦୨୩-୨୪ ରେ ପ୍ରକଳ୍ପ ର୍ନିେଶକ ଜଳ ବିଭାଜିକା ନୂଆପଡା ତରଫରୁ ଦୁଇ ହେକ୍ଟର ଜମିରେ ଦଶରୀ, ନିଲମ ଓ ଆମରାପଲ୍ଲୀ ଆମ୍ବ ଚାଷ କରିବା ପାଇଁ ୩,୨୬,୧୪୦ ଟଙ୍କା ମଞ୍ଜୁର କରିଥିଲେ । ତା ପୂର୍ବ ତିନି ବର୍ଷରୁ ମଧ୍ୟ ବୈଷ୍ଣବ କଣ୍ଟା ଆମ୍ବ ଚାଷ କରିଥିବା ପ୍ରକାଶ କରିଛନ୍ତି  । ତାଙ୍କର ପାଞ୍ଚ ବର୍ଷରେ କୁଲିମଜୁରୀ ଓ ବିହନ, ଖତ ବାବଦକୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରକାଶ କରିଛନ୍ତି  । ସେହିପରି ଭାବରେ ଗେରୁଜୋର ଗ୍ରାମର ଗୁଣମତୀ ଲୁହାର, ରାମସିଂ ରାଉତ, କୁମର ମାଝୀ, ଯୁଗେଶ୍ୱର ଲୁହାର, ଗୋପୀ ମାଝୀ, ଦୁର୍ବଳ ମାଝୀ, ଟଙ୍କ ମାଝୀ ଏବଂ ଲକ୍ଷ୍ମଣ ତାଣ୍ଡିଙ୍କୁ ତିନି ହେକ୍ଟର ଆମ୍ବ ଚାରା ରୋପଣ କରିବା ପାଇଁ ୫,୬୪,୮୪୦ ଟଙ୍କା ମଞ୍ଜୁର ହୋଇଥିଲା  । ଏହି ସମୟ ଗ୍ରୀଷ୍ମଋତୁ ଆରମ୍ଭର ସମୟ, ଏବେ ଖରା ବଢ଼ି ଚାଲିଛି,ଗଛ ଗୁଡିକରୁ ପତ୍ର ଓ ଚାଷ ଜମି ମାନଙ୍କରେ ପତ୍ର ଓ ଘାସ, ନାଡ଼ ଶୁଖିଲା ରହୁଛି,କୌଣସି ଅଜଣା ଲୋକ ନିଆଁ ଲଗେଇବା ଯୋଗୁଁ ଚାରିଆଡେ ନିଆଁ ବ୍ୟାପୀ ଯାଇଛି  । ଏହା ଦିନ ବାରଟା ସମୟରେ ଘଟିଛି  । ଗାଁ ଠାରୁ ଚାଷ ଜମି ଦୁଇ କିଲୋମିଟର ଦୂରରେ ଅବସ୍ଥିତ  । ନିଆଁ ଜଳି ଜଳି ଆସି ଆମ୍ବ ଚାଷୀ ଗୁଣମତୀ ଲୁହାରର ୨୬୦ଟି ଆମ୍ବ ଗଛ, ରାମସିଂ ରାଉତର ୬୦ଟି ଗଛ, କୁମର ମାଝୀର ୨୫୦ଟି ଆମ୍ବ ଗଛକୁ ନିଆଁ ଲାଗିପତ୍ର ପୋଡିଯାଇଛି  । ବହୁତ ପ୍ରଚେଷ୍ଟା ଫଳରେ ନିଆଁକୁ ଲିଭେଇ ଅନ୍ୟ ବାକି ସବୁ ଗଛ ସୁରକ୍ଷା ରଖାଯାଇଛି  । ଅନୁରୂପ ଭାବେ ଛତା ଗ୍ରାମର ବୈଷ୍ଣବ କଣ୍ଟାଙ୍କ ଆମ୍ବ ବଗିଚା ନିକଟରେ ଇଲେକ୍ଟ୍ରି ତାର ଯାଇଛି । ତାହା ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଆମ୍ବ ବଗିଚାରେ ପଡି ୩୦୦ରୁ ଉର୍ଦ୍ଧ ଆମ୍ବ ଗଛକୁ ପୋଡି ଦେଇଛି । ପାଞ୍ଚ ବର୍ଷ ପୂର୍ବରୁ କେତେ କଷ୍ଟ, ଦୁଃଖ ସହ୍ୟ ମୁଣ୍ଡ ଝାଳ ତୁଣ୍ଡରେ ମାରି  ଶିଶୁ ଭଳିଆ ଯନô କରି ଆମ୍ବଗଛଗୁଡିକୁ ଚାଷୀମାନେ ବଞ୍ଚାଇଥିଲେ  । ନିଆଁ  ଦାଉ ସାଜିଲା ଓଆମ୍ବ ଗଛ ପୋଡିବା ଯୋଗୁଁ ଚାଷୀ ମାନଙ୍କ ମେରୁଦଣ୍ଡ  ଭାଙ୍ଗି ଦେଇଛି । ବର୍ତ୍ତମାନ ସେହି ଆମ୍ବ ଗଛ ଗୁଡିକରେ ଆମ୍ବ ବଉଳ ଆସିଥିଲା ଓ ଛୋଟ ଛୋଟ ଆମ୍ବ ଫଳିଥିଲା. ତାହା ପୋଡି ଏବେ ଛାରଖାର ହୋଇଯାଇଛି । ଏହା ଖାଇବା ଥାଳିରେ ଧୂଳି ଦେବା ସଦୃଶ କଥା ସୃଷ୍ଟି ହୋଇଛି  । ଏହି ଘଟଣା ହେବା ଦିନଠାରୁ ଆମ୍ବ ଚାଷୀଙ୍କ ଆଖିରେ ଲୁହ ଧାର ଧାର ହୋଇ ଗଡି ଯାଉଛି  । ସ୍ଥାନୀୟ ଢ଼ୋର୍ଲାମୁଣ୍ଡା ସରପଞ୍ଚ ପଦ୍ମିନୀ ମାଝୀଙ୍କୁ ଆମେ ଯୋଗାଯୋଗ କରିଥିଲୁ  । ସେ କହିଲେ ସମସ୍ତ ଆମ୍ବ ଚାଷରେ କ୍ଷତି ହୋଇଥିବା ଚାଷୀଙ୍କୁ ପ୍ରଶାସନ ଓ ବିଭାଗ ତରଫରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉ  । ଜଳ ବିଭାଜିକା ଓଭରସିଅର ବ୍ଲକ କୋମନା ଅଧିକାରୀଙ୍କୁ ଯୋଗାଯୋଗ କଳାପରେ ସେ କହିଲେ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ହୋଇପାରିବ ନାହିଁ କି ଯୋଜନା ନାହିଁ  । ବର୍ଷାଋତୁ ସମୟରେ ସେମାନଙ୍କୁ ନୂତନ ଆମ୍ବ ଗଛ ଚାରା ଦିଆହେବ ସେମାନେ ଜମିରେ ଲଗେଇବେ ବୋଲି ପ୍ରକାଶ କରିଥିଲେ । କିନ୍ତୁ ଆଶଙ୍କାରେ ଆମ୍ବ ଗଛ ଚାଷୀ. ସେମାନେ ପ୍ରଶାସନକୁ ନିଜର ଆର୍ଥିକ ଓ ମାନସିକ ସ୍ତରରେ ଉନ୍ନତି କରିବା ଓ ନିଜର ପରିବାର, ଚାଷ ଜମିରେ ଖର୍ଚ୍ଚ ବାବଦକୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ ପାଇବା ପାଇଁ ନିବେଦନ କରିଛନ୍ତି  ।