ଖଇର କାଠ ଜବତ, ଅଭିଯୁକ୍ତ ଫେରାର
ନୂଆପଡା: ନୂଆପଡ଼ା ଖଡିଆଳ ବନଖଣ୍ଡ ବିଭାଗ ପକ୍ଷ ରୁ ଏକ ଖଇର କାଠ ଚୋରା ଚାଲାଣ ବେଳେ ଜବତ କରିଛନ୍ତି । ଗାଡ଼ି ଚାଲକ ଦୃତ ଗତିରେ ଗାଡି ଚାଳନା କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଅଛି । ଖଡିଆଳ ସହରରୁ ଗାଡ଼ି ଫେରାର କରିଥିବା ବେଳେ ଗାଡ଼ିକୁ କାବି କରିଥିଲେ । ଗାଡ଼ି ସହ କାଠ ଜବତ କରି ଖଡିଆଳ ରେଞ୍ଜ କାର୍ଯ୍ୟାଳୟରେ ରଖିଥିବା ଜଣାପଡିଛି । ଘଟଣା ତଦନ୍ତ ଚାଲିଥିବା ବେଳେ ସଠିକ ତଥ୍ୟ ଜଣାପଡିବ ବୋଲି ରେଞ୍ଜର ଜୟଦେବ ମାଝୀ ପ୍ରକାଶ କରିଛନ୍ତି ।