ନିଖିଳ ଉକôଳ କଲ୍ୟାଣ ଶିକ୍ଷକ ସଂଘର ଦାବିପତ୍ର

ନବରଙ୍ଗପୁର: ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ନବରଙ୍ଗପୁର ତରଫରୁ ବିଭିନ୍ନ ସମସ୍ୟା ଉପସ୍ଥାପନ ପୂର୍ବକ ଏକ ସ୍ମାରକପତ୍ର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଧାନସଭା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ମନହୋର ରନ୍ଧାରୀଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟ ସଂଘର ସହ ସମ୍ପାଦକ ରଞ୍ଜନ କୁମାର ବେହେରା, ରାଜ୍ୟ ସଂଘ କୋଷାଧ୍ୟକ୍ଷ କାଳୀକିଙ୍କର ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ସଂଘର ଉପଦେଷ୍ଟା ସାଧୁରାମ ଭତରା, ସଭାପତି ହୃଷୀକେଶ ସାହୁ, ଉପସଭାପତି ସପନ ହଲଦାର, ହର ପ୍ରସାଦ ମିଶ୍ର,କାର୍ଯ୍ୟକାରୀ ସମ୍ପାଦକ ସତ୍ୟ ନାରାୟଣ ପାତ୍ର, ଆଡିଟର ସନ୍ତୋଷ କୁମାର ଦାସ, କୋଷାଧ୍ୟକ୍ଷ ଶୁଭେନ୍ଦୁ ବେହେରା, ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ବ୍ଲକ କାର୍ଯ୍ୟକାରୀ ସଭ୍ୟ ଅରୁଣ କୁମାର ଷଡଙ୍ଗୀ, ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ମେସ ଦାୟୀତ୍ୱରୁ ଶିକ୍ଷକ ମାନଙ୍କୁ ତୁରନ୍ତ ବିରତି, ଏଲିମେଣ୍ଟ୍ରି କ୍ୟାଡର ସୃଷ୍ଟି, ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ଦରମାଗତ ଅସଂଗତି, ଗଣ ଶିକ୍ଷା ବିଭାଗ ଭଳି ଶିକ୍ଷା ନିରୀକ୍ଷକ ପଦବୀ ଏବଂ ଏଥି ସମ୍ବନ୍ଧିତ ଅନ୍ୟାନ୍ୟ ପଦବୀ ସୃଷ୍ଟି , ଶିକ୍ଷାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଧ୍ୱକ ଶିକ୍ଷକ ପଦବୀ ସୃଷ୍ଟି କରିବା, ପୋର୍ଟାଲ ଜରିଆରେ ବଦଳି ଆବେଦନ, ନିୟମିତ ହୋଇଥିବା କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏସ.ଓ.ପି. ଲାଗୁ କରିବା, କ୍ରୀଡ଼ା ଶିକ୍ଷକ ମାନଙ୍କୁ ୨୮୦୦ ମୂଳ ଦରମା ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକ ମାନଙ୍କର ଦରମାଗତ ତାରତମ୍ୟ ଦୂର କରିବା ଇତ୍ୟାଦି ସମସ୍ୟା ଜଣାଇଥିଲେ । କମିଟି ଅଧକ୍ଷ ଶ୍ରୀ ରନ୍ଧାରୀ ସମସ୍ତ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ଅଳ୍ପ ଦିନରେ ତୁରନ୍ତ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରାଯିବା ନିମନ୍ତେ ସଂଘର ସଭ୍ୟ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଆଲୋଚନା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଟି.ଶ୍ରୀକାନ୍ତ, ମୀନକେତନ ବେହେରା, ଆସମାନି ହେମ୍ବ୍ରମ, ଉମାଶଙ୍କର ଗୌଡ, ବିଶମ୍ବର ନାୟକ, ପ୍ରଶାନ୍ତ କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ସାକ୍ଷାତ ଅବସରରେ ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଶ୍ରୀ ରାନ୍ଧାରୀଙ୍କୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବଭଳି ଏକ୍ସକର୍ଶନ ବ୍ୟବସ୍ଥା ଲାଗୁକଲେ ଆଦିବାସୀ ଅଧୁ୍ୟଷିତ ଜିଲ୍ଲାର ଛାତ୍ର ଛାତ୍ରୀ ସମୁଦ୍ର, ରେଳ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଅନ୍ତତଃ ଦେଖି ଭିନ୍ନ ଅନୁଭୂତି ପାଇବେ ବୋଲି ଅନୁରୋଧ କରିଥିଲେ । ଏହି ପ୍ରସ୍ତାବରେ ଶ୍ରୀ ରନ୍ଧାରି ରାଜ୍ୟ ସରକାର ସହ ଆଲୋଚନା କରି ବିଦ୍ୟାଳୟ ସ୍ତରରେ ତୁରନ୍ତ ଲାଗୁକରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ଶ୍ରୀ ପଟ୍ଟନାୟକ ଅନୁରୂପ ଭାବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅନୁରୋଧ କରିଥିଲେ ।