ନିରଞ୍ଜନଙ୍କୁ ‘ପ୍ରାଣକୃଷ୍ଣ ପରିଜା ସମ୍ମାନ’
ାା ପ୍ରଭାନୁ୍ୟଜ ।ା କଟକ: ପ୍ରଫେସର ପରିଜା ମେମୋରିଆଲ ସୋସାଇଟି ପକ୍ଷରୁ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନ ଠାରେ ଖ୍ୟାତନାମା ବୈଜ୍ଞାନିକ ପଦ୍ମଭୂଷଣ ପ୍ରଫେସର ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତି ସନ୍ଧ୍ୟା ଓ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ କାର୍ଯ୍ୟ ନିର୍ବାହୀ ମୁଖ୍ୟ ବିଚାରପତି ବିମଳ ପ୍ରସାଦ ଉଦ୍ଘାଟନ କରିଥିଲେ । ସୋସାଇଟିର ସଭାପତି ଡ. ଇଂ ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାହିତି୍ୟକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ବିଶିଷ୍ଠ ଅତିଥି, ଶିକ୍ଷାବିତ୍ ଡ. ମଞ୍ଜୁଶ୍ରୀ ପଟ୍ଟନାୟକ ସମ୍ମାନିତ ଅତିଥି, ବିଶିଷ୍ଠ ବୈଜ୍ଞାନିକ ପ୍ରଫେସର ମୃତୁ୍ୟଞ୍ଜୟ ସୁଆର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ଭେଷଜ ବିଜ୍ଞାନୀ ଡାକ୍ତର ନିରଞ୍ଜନ ତ୍ରିପାଠୀଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ପ୍ରାଣକୃଷ୍ଣ ପରିଜା ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ସ୍ୱରୂପ ରୋ÷ପ୍ୟ ନିର୍ମିତ ବୃକ୍ଷ, ମାନପତ୍ର, ଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସୋସାଇଟିର କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ପଲାଇ ଓ ଡକ୍ଟର ଧରଣୀ ଧର ନାଥ ପରିଜାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ । ପ୍ରାରମ୍ଭରେ ସାଧାରଣ ସଂପାଦକ ସଂପାଦକ ଚୋ÷ଧୁରୀ ଡକ୍ଟର ସତ୍ୟ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ସଂଜିତ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦେ୍ଦଶ୍ୟରେ ଗାଳ୍ପିକା ସୋହାଗିନୀ ବେହେରା ମାନପତ୍ର ପାଠ କରିଥିଲେ । ଶେଷରେ ବିଭୁପ୍ରସାଦ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ନିର୍ମଳ ଚନ୍ଦ୍ର ପହୀ ଓ ବ୍ରଜ କିଶୋର ବେଉରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜ୍ଞାନୀ, ଗବେଷକ ଓ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।
Editor