ଗଣେଶପୂଜା ଖର୍ଚ୍ଚ ସାର୍ବଜନୀନ ହେଉ
ାା ପ୍ରଭାନୁ୍ୟଜ୍ ।ା ଜଟଣୀ, : ଜଟଣୀ ପ୍ରସିଦ୍ଧ ଗଣେଶ ପୂଜା ଆଡ଼ମ୍ବର ସହକାରେ ଦୀର୍ଘ ବର୍ଷ ଧରି ପାଳନ ହୋଇ ଆସୁଥିବା ବେଳେ ସହରରେ ଅନୁଷ୍ଠିତ ହେଉଥିବା ଯାନିଯାତ୍ରା ଅବସରରେ ପୌରପ୍ରଶାସନ ପକ୍ଷରୁ ସହରରେ ପୂଜା ସମୟରେ ପରିମଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବଜେଟ୍ ପାରିତ କରାଯାଇଥାଏ । ତେବେ ଏହି ପୂଜାରେ ଖର୍ଚ୍ଚ ହେଉଥିବା ବ୍ୟବସ୍ଥାକୁ ସାର୍ବଜନୀନ କରିବାକୁ ଦାବି ହୋଇଛି । ଦୀର୍ଘ ବର୍ଷର ଏହି ପୂଜା ବ୍ୟବସ୍ଥାରେ ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟଙ୍କ ଉଦ୍ୟମରେ ସଙ୍ଗଠିତ ଭାବେ ଭସାଣୀ ଯାତ୍ରା ହେଉଥିବା ବେଳେ ସନ୍ଧ୍ୟାରେ ପଞ୍ଜିକୃତ ପେଣ୍ଡାଲ ମାନଙ୍କରୁ ବିଘ୍ନରାଜଙ୍କ ମୃଣ୍ମୟ ମୂର୍ତ୍ତି ସବୁକୁ ଶୃଙ୍ଖଳିତ ଭାବେ ସୀତାରାମ ଛକ ନିକଟରେ ମେଳଣ କରାଯାଇ ଧାଡ଼ି କରି ଭସାଣି ନିମନ୍ତେ ପୌର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥାଏ । ପୌରପାଳିକା ପକ୍ଷରୁ ପୂଜା ଆରମ୍ଭ ହେବା ଦିନଠାରୁ ଭସାଣୀ ଉସôବ ପର୍ଯ୍ୟନ୍ତ ରାସ୍ତାଘାଟ ନଳା ନର୍ଦ୍ଦମା ପରିଷ୍କାର ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ, ପୂଜା ମଣ୍ଡପ ସମ୍ମୁଖରେ କାଦୁଅ ପରିସ୍ଥିତି ନହେବା ପାଇଁ ବଜୁରୀ ଗୁଣ୍ଡ ବିଛାଇବା, ଅସ୍ଥାୟୀ ଶୌଚାଳୟ ସ୍ଥାପନ, ଦୁଇ ଓଳା ସଫେଇ, ଅସ୍ଥାୟୀ ପୋଖରୀ ଖନନ ଇତ୍ୟାଦି ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇ ସ୍ୱତନ୍ତ୍ର ଖର୍ଚ୍ଚ ବ୍ୟବସ୍ଥା କରାଯାଏ ।କ୍ଷ ତେବେ ୨୦୨୩ ମସିହା ପୂଜା ମାହୋଲ ସରିବା ପରେ ଏହି ସବୁ ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅନୁମାନ କରାଯାଇ ସେସବୁର ବିବରଣୀ ଜାଣିବା ପାଇଁ ସୂଚନା ଆଇନ୍ ଅଧିକାର ବଳରେ ଚେଷ୍ଟା କରାଯାଇଥିଲେ ମଧ୍ୟ କାଳେ ଦୁର୍ନୀତି ଲୋକଲୋଚନକୁ ଆସିଯିବ ସେଥିପାଇଁ ଆବେଦନକାରୀଙ୍କୁ ସୂଚନା ଦିଆନଯିବା ଫଳରେ ଏ ନେଇ ସୂଚନା କମିଶନରଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି । ଏହିଭଳି ଅନେକ ମଧୁଚନ୍ଦ୍ରିକା ବ୍ୟବସ୍ଥାକୁ କିଛି ନିର୍ଦ୍ଦିଷ୍ଟ ଲୋକପ୍ରତିନିଧି ମାନେ ନିୟନ୍ତ୍ରଣ କରୁଥିବା ବେଳେ ଏଥିପ୍ରତି ଜିଲ୍ଳା ପ୍ରଶାସନ ଆନ୍ତରିକତା ସହ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି