ନୂତନ କର୍ମକର୍ତ୍ତା ନିର୍ବାଚନ

 ଧର୍ମଶାଳା: ଯାଜପୁର ଜିଲ୍ଲା ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ମହାସଙ୍ଘର କର୍ମକର୍ତା ନିର୍ବାଚନ ଜିଲ୍ଲା ଉପଦେଷ୍ଟା ଭିକାରୀ ଚରଣ ଜେନାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ବିଜୟ ବାରିକ, ସମ୍ପାଦକ ଭାବେ ଦନେଶ୍ୱର ବାରିକ, ରମେଶ ଚନ୍ଦ୍ର ନନ୍ଦ ସହ ସମ୍ପାଦକ, କୋଷାଧ୍ୟକ୍ଷ ଭାବେ ସଚିତାନନ୍ଦ ମହାନ୍ତିଙ୍କୁ ଚୟନ କରାଯିବା ସହ ଏକ ୧୯ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ବିଭାଗୀୟ ଅସା୍ଥୟୀ  କର୍ମଚାରୀଙ୍କୁ ସରକାର ତୁରନ୍ତ ରେଗୁଲାର କରିବା ପାଇଁ  ସଭ୍ୟମାନେ ଦାବି କରିଥିଲେ । ବୈଠକରେ ରାଜ୍ୟ ଉପସଭାପତି ସୁଦର୍ଶନ ପ୍ରଧାନ ଓ ଜିଲ୍ଲାର ସମସ୍ତ ବ୍ଲକ ଶାଖାର କର୍ମକିର୍ତ୍ତା ଓ ସଭ୍ୟମାନେ ଯୋଗ ଦେଇଥିଲେ   ।