କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ: ଅନର୍ସରେ ନାମ ଲେଖୁନାହାନ୍ତି ଛାତ୍ରଛାତ୍ରୀ

 ଯାଜପୁର: ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରାଯାଉଛି । ହେଲେ ଅନେକ କଲେଜରେ ଥିବା ଅନର୍ସ ବିଭାଗରେ ଛାତ୍ରଛାତ୍ରୀ ନାଁ ଲେଖାଉ ନାହାନ୍ତି । ଯାହା ଫଳରେ ଅନର୍ସ ପାଇଁ ନିଯୁକ୍ତି ପାଉଥିବା ଅଧ୍ୟାପକ-ଅଧ୍ୟାପିକା ବସିବସି ଘରକୁ ଫେରୁଛନ୍ତି ।  ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟ ଏକଥା କହୁୁଛି । ତଥ୍ୟ ଅନୁଯାୟୀ ଓଡିଶାରେ ସ୍ନାତକ ମହାବିଦ୍ୟାଳୟ ମାନଙ୍କରେ ହଜାର ହଜାର ଅଧ୍ୟାପକ ଓ ଅଧ୍ୟାପିକା କୌଣସି କାର୍ଯ୍ୟ ନକରି ମୋଟା ଅଙ୍କର ଦରମା ନେଉଛନ୍ତି । ସୂଚନା କହୁଛି ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ବିଞ୍ଝାରପୁର ବ୍ଲକର ଚାରୋଟି ସ୍ନାତକ ମହାବିଦ୍ୟାଳୟ ଯଥାକ୍ରମେ ଖରସ୍ତୋତା ମହାବିଦ୍ୟାଳୟ ସିଂହପୁର, ଆଞ୍ଚଳିକ ବଳଦେବ ଜିୟୁ ମହିଳା କଲେଜ ନୂଆଗାଁ, ଜୁଣଭଦ୍ରା କଲେଜ ବିତନା ଓ ବରୁଣେଶ୍ୱର କଲେଜ ଅରେଇରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଅନେକ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଅନାବଶ୍ୟକ ଭାବେ ରାଜ୍ୟ ତହବିଲରୁ ମାସିକୁ ଲକ୍ଷଲକ୍ଷ ଟଙ୍କା ଦେବାକୁ ପଡୁଛି । ତଥ୍ୟ ଅନୁଯାୟୀ ଏମିତି ଅନର୍ସ ବିଷୟ ମାନଅଛି ଯେଉଁଥିରେ ବର୍ଷ ବର୍ଷ ଧରି ସରକାରୀ ନିଦେ୍ର୍ଦଶନାମା ଅନୁଯାୟୀ ଆଠଟି ଛାତ୍ରଛାତ୍ରୀ ନାମ ଲେଖାଉ ନାହାନ୍ତି । ପ୍ରତ୍ୟେକ ଅନର୍ସ ବିଷୟରେ ଅନୁ୍ୟନ୍ୟ ୮ ଛାତ୍ରଛାତ୍ରୀ ନାମ ଲେଖାଇବା କଥା ଏବଂ କ୍ରମାଗତ ଭାବେ ତିନି ବର୍ଷ ଧରି ସ୍ଥିରୀକୃତ ଛାତ୍ରଛାତ୍ରୀ ନାମ ନଲେଖାଇଲେ ଏହି ଅନର୍ସ ବିଷୟର ସ୍ୱୀକୃତିକୁ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିଦେ୍ର୍ଦଶକ ଓ ରାଜ୍ୟ ନିଦେ୍ର୍ଦଶକ ପ୍ରତ୍ୟାହାର କରିନେବାର ବ୍ୟବସ୍ଥା ଥିବା ବେଳେ ନିଦେ୍ର୍ଦଶକ  ନୀରବ ରହୁଛନ୍ତି । ପରବର୍ତୀ ମୁହର୍ତ୍ତରେ ଏହି ବିଷୟ ଗୁଡିକର ସ୍ଥାୟୀ ସ୍ୱୀକୃତି ପ୍ରଦାନ କରୁଛନ୍ତି । ଯେମିତିକି ଖରସ୍ତୋତା କଲେଜ ଇଂରାଜୀ, ଅର୍ଥନୀତି ଅନର୍ସରେ, ଆଞ୍ଚଳିକ ବଳଦେବ ଜିୟୁ ମହିଳା ମହାବିଦ୍ୟାଳୟରେ ଅର୍ଥନୀତି, ସଂସ୍କୃତ, ଇତିହାସ ଅନର୍ସ ଓ ଜୁଣଭଦ୍ରା କଲେଜ ବିତନାରେ ସଂସ୍କୃତ ବିଭାଗ, ବରୁଣେଶ୍ୱର ମହାବିଦ୍ୟାଳୟରେ ଅର୍ଥନୀତି, ଇତିହାସ ଓ ଗଣିତ ବିଷୟ ଇତ୍ୟାଦିରେ ଆବଶ୍ୟକୀୟ ଛାତ୍ରଛାତ୍ରୀ ନାମ ଲେଖାଉ ନାହାନ୍ତି । ପ୍ରକାଶ ଥାଉକି, ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ  କେବଳ ଫାଙ୍କା ଥିବା କଲେଜର ବିଷୟରେ ଅଧ୍ୟାପକ ପଠାଉଥିବା ବେଳେ ଏହି ବିଷୟରେ ଆବଶ୍ୟକ କିମ୍ବା ଅନାବଶ୍ୟକତାକୁ ନଜରରେ ରଖୁ ନାହାନ୍ତି । ଅନ୍ୟ ଏକ ସମସ୍ୟାର ଦିଗପ୍ରତି ଆଲୋକପାତ କରିବା ଆବଶ୍ୟକ ହୋଇ ପଡିଛି । ଅନାବଶ୍ୟକ ଭାବେ କାର୍ଯ୍ୟଭାର ନଥାଇ ମଧ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନିଯୁକ୍ତି ଦିଆଯାଉଥିବାରୁ କଲେଜର ଆର୍ଥôକ କ୍ଷତି ଘଟୁଛି । ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମରୁ ତଥ୍ୟ ନେଇ ଉଚ୍ଚଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବା ସହିତ ନାମ ଲେଖାକୁ ବାରଣ କରିବା ପାଇଁ ନିଦେ୍ର୍ଦଶନାମା ଜାରି କଲେ ରାଜ୍ୟ ରାଜକୋଷରୁ ଅନାବଶ୍ୟକ ଭାବେ ଅର୍ଥ ଖର୍ଚ୍ଚ ହେବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।