ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ଷ୍ଟକହୋମ୍ : ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୨୦୨୫ ବର୍ଷ ପାଇଁ ବୈଜ୍ଞାନିକ ଜନ୍ କ୍ଲାର୍କ, ମିଶେଲ ଦେଭୋରେଟ ଏବଂ ଜନ ମାର୍ଟିନିସ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଜିତିଛନ୍ତି। ରୟାଲ ସ୍ୱେଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଇଥାଏ । “ବୈଦ୍ୟୁତିକ ସର୍କିଟରେ ମାକ୍ରୋସ୍କୋପିକ କ୍ୱାଣ୍ଟମ ମେକାନିକାଲ ଟନେଲିଂ ଏବଂ ଶକ୍ତି କ୍ୱାଣ୍ଟାଇଜେସନ୍ର ଆବିଷ୍କାର” ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯାଇଛି। ଏହି ପୁରସ୍କାରରେ ବିଜେତାମାନଙ୍କ ମଧ୍ୟରେ ୧.୨ ନିୟୁତ ଡଲାର (୧୧ ନିୟୁତ ସ୍ୱେଡିସ୍ କ୍ରୋନ୍) ମୂଲ୍ୟର ପୁରସ୍କାର ରାଶି ବଣ୍ଟନ କରାଯିବ।