କାର୍ତ୍ତିକ ବ୍ରତ ଆରମ୍ଭ : ପୁରୀରେ ହବିଷ୍ୟାଳୀଙ୍କ ଭିଡ଼

ପୁରୀ : ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ବ୍ରତ ପାଳନ ପାଇଁ ହବିଷ୍ୟାଳୀ ତଥା କାର୍ତ୍ତିକ ବ୍ରତଧାରୀଙ୍କର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି । ପୁରୀରେ ରହଣୀ ୫ଟି ହବିଷ୍ୟାଳୀ କେନ୍ଦ୍ରରେ ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳିଙ୍କ ନିମନ୍ତେ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ପାନୀୟ ଜଳ ଓ ସ୍ବେଚ୍ଛାସେବୀଙ୍କ ସହଯୋଗ ପାଇଁ ବ୍ୟବସ୍ଥା ହୋଇଛି । ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।