ପାକିସ୍ତାନର ଇସଲାମାବାଦରେ ବିସ୍ପୋରଣ : ୧୨ ମୃତ, ୨୫ ଆହତ 

 ପାକିସ୍ତାନର ଇସଲାମାବାଦରେ ବିସ୍ପୋରଣ : ୧୨ ମୃତ, ୨୫ ଆହତ 

ନୂଆଦିଲ୍ଲୀ : ଦିଲ୍ଲୀ ପରେ ପରେ ଆଜି ଦନ ୧୨.୩୦ ସମୟରେ ପାକିସ୍ତାନ ଇସଲାମାବାଦ ହାଇକୋର୍ଟ ବାହାରେ ସମାନ ଢ଼ଙ୍ଗରେ କାର ବିସ୍ପୋରଣ ହୋଇଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ ନା ସିଲିଣ୍ଡର ବ୍ଲାଷ୍ଟ୍‌ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଏଥିରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

       ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ଆମେ ଯୁଦ୍ଧ ସ୍ଥିତିରେ ଅଛେ । ଏହି ଆକ୍ରମଣ ପଛରେ ଆଫଗାନିସ୍ତାନ ସହ ଜଡ଼ିତ ଆତଙ୍କବାଦୀଙ୍କ ହାତ ଅଛି ବୋଲି ସେ କହିଛନ୍ତି । ଏହାକୁ ରୋକିବାକୁ ପାକିସ୍ତାନ ପୂରାପୂରି ସକ୍ଷମ ବୋଲି କହିବା ସହିତ ପାକିସ୍ତାନ ପ୍ରତି ଏହା ବିପଦ ବୋଲି ସେ କହିଛନ୍ତି ।