ପାକ୍ ଯୋଜନା ପଣ୍ଡ


ନୂଆଦିଲ୍ଲୀ:  ନଅ ଆତଙ୍କବାଦୀ ଆଡ୍ଡା ମାଟିରେ ମିଶିବା ପରେ ପାକିସ୍ତାନ ହଡ଼ବଡ଼େଇ ଯାଇଛି  । ଏହାର ପ୍ରତିଶୋଧ ନେବା ପାଇଁ ଭାରତ ଉପରକୁ ମିସାଇଲ୍ ମାଡ଼ କରିବାକୁ ଯୋଜନା କରିଥିଲା ପାକିସ୍ତାନ  । ପାକିସ୍ତାନର ଯୋଜନା ଜଣାପଡ଼ିଯିବା ପରେ ଭାରତ ଛାଡ଼ିଥିଲା ସୁଦର୍ଶନ ଚକ୍ର  । ଯାହାର ପ୍ରଭାବରେ ପାକର ଚାଇନା ତିଆରି ଏଚକୁ୍ୟ-୯ ମିସାଇଲ୍ ଆକାଶରେ ହିଁ ଧୂଅାଁ ହୋଇଯାଇଥିôଲା  । ଭାରତ ଆମେରିକା ତିଆରି ଗ୍ରୀଡ଼ ଓ ଋଷିଆ ନିର୍ମିତ ଏସ-୪୦୦ ଛାଡ଼ିଥିଲା  । ଆଜି ୧୫ ସ୍ଥାନକୁ ଟାର୍ଗେଟ୍ କରିବାକୁ ପାକ୍ ଯୋଜନ କରିଥିଲା  । କିନ୍ତୁ ଭାରତୀୟ ସେନା ପାକର ଏୟାର ଡିଫେନ୍ସ ରାଡ଼ାରକୁ ଖିନଭିନ କରିଦେଇଛି  । ସେହିପରି ଲାହୋରରେ ପ୍ରସ୍ତୁତ ଥିବା ଏଚକୁ୍ୟ-୯ ମିସାଇଲ୍ ଡିଫେନ୍ସ ୟୁନିଟକୁ ଇସ୍ରାଏଲ ନିର୍ମିତ ହାର୍ପି କାମିକାଜେ ଡ୍ରୋନ୍ ଦ୍ୱାରା ପାକ ଚାଲକୁ ପଣ୍ଡ କରିଦିଆଯାଇଛି ।  ଲାହୋରରେ ଏକ ଡ୍ରୋନ୍ ଧ୍ୱଂସ ହେବା ସହ ଗୁଜରାନୱାଲ, ଚାକୱାଲ, ବାହାୱାଲପୁର, ମିଆନୋ, କରାଚୀ, ଛୋର, ରାୱଲପିଣ୍ଡି ଓ ଆଟୋକରେ ଡ୍ରୋନ୍ ଖସାଇଦେବା ନେଇ ପାକିସ୍ତାନ ଦାବି କରିବା ପରେ ଭାରତ ପକ୍ଷରୁ ବିବୃତ୍ତି ଜାରି କରାଯାଇଥିଲା  । ସେହିପରି ସିନ୍ଧରେ ୪ ଯବାନ ଆହତ ହେବା ସହ ଜଣେ ସାଧାରଣ ନାଗରିକର ମୃତୁ୍ୟ ହୋଇଥିବାନେଇ ପାକ୍ ସ୍ୱୀକାର କରିଛି  । ଅପରପକ୍ଷରେ ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମ୍ରିତସର, କାପୁରତାଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭାଟିଣ୍ଡା, ଚଣ୍ଡୀଗଡ଼, ନାଲ, ଫାଲୋଦି, ଉତ୍ତରାଲାଇ ଓ ଭୁଜକୁ ପାକିସ୍ତାନ ଟାର୍ଗେଟ୍ କରିବାକୁ ଯୋଜନା କରିତôଲା  । ସୁଦର୍ଶନ ଚକ୍ର କିନ୍ତୁ ପାକ୍ର ଯୋଜନାକୁ ପଣ୍ଡ କରିଦେଇଥିଲା  । ୬୦୦ କିଲୋମିଟରରୁ ଏହା ଆକାଶବାହିନୀରେ ହେବାକୁ ଥିବା ବିପଦ ସମ୍ପର୍କରେ ଜାଣିପାରେ  । ଭାରତର ସୁରକ୍ଷା ବ୍ୟବସ୍ଥାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି  । ସେହିପରି ପାକିସ୍ତାନ ଏବେ ଏଲଓସିରେ ଆକ୍ରମଣ ଜାରିରଖିଛି  । ଯାହା ଫଳରେ ଏଲଓସି ନିକଟରେ ୧୬ ସାଧାରଣ ନାଗରିକଙ୍କ ମୃତୁ୍ୟ ଘଟିଛି  । ଯେଉଁଥିରେ ୩ ମହିଳା ଓ ୫ ଶିଶୁ ଅଛନ୍ତି  । 
ସୁଦର୍ଶନର ଆକ୍ରମଣରେ ପାକ୍ର ମିସାଇଲ ଧ୍ୱଂସ ହୋଇଯିବାରୁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୋଇଥିଲା  । ଲୋକମାନେ ସ୍ତବ୍ଧ ହୋଇ ବାହାରକୁ ବାହାରି ପଡ଼ିଥିଲେ  । ସେହିପରି ରାୱଲପିଣ୍ଡି ଷ୍ଟାଡ଼ିୟମରେ ଡ୍ରୋନ ମାଡ଼ ହୋଇଛି  । ସେଥିପାଇଁ ପାକିସ୍ତାନ ସୁପର ଲିଗ ମ୍ୟାଚକୁ ବାତିଲ କରାଯାଇଛି  । ଆଜି ସେଠାରେ ପେଶୱାର ଜାଲମି ଓ କରାଚୀ କିଙ୍ଗସ ମଧ୍ୟରେ ମ୍ୟାଚ୍ ହେବାର ଥିଲା  ।