ପାଗଳ ମାଙ୍କଡ଼ କାମୁଡାରେ ୫ରୁ ଉର୍ଦ୍ଧ୍ୱ ଆହତ
ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କେରଡା ଅଞ୍ଚଳରେ ପାଗଳ ମାଙ୍କଡ଼ କାମୁଡାରେ ୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହାତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଅହାତ ଅବସ୍ଥାରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଚିକିସôିତ ହେଉଥିବା ଜଣାପଡିଛି । ସହରରେ କିଛି ଦିନ ହେଲା ମାଙ୍କଡଙ୍କ ଉପଦ୍ରବରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ମାଙ୍କଡ ଉପଦ୍ରବରେ ଆଙ୍କେରଡା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛିମାସ ପୂର୍ବରୁ ହିଞ୍ଜିଳିକାଟୁ ବନାଞ୍ଚଳ ବିଟହାଉସ ଅନ୍ତର୍ଗତ ଆଙ୍କେରଡା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଥିଲ । ପାଗଳ ମାଙ୍କଡକୁ ନେଇ ଭୟବିତ ଲୋକେ । ତେବେ ଏହି ପାଗଳମାଙ୍କଡ଼ ହିଞ୍ଜିଳିକାଟୁ ପୌରପରିଷଦ ଆଙ୍କେରଡା ଗ୍ରାମର ୫ଜଣଙ୍କୁ କାମୁଡି ଥିବା ବେଳେ ଜଣାପଡିଛି । ପାଗଳ ମାଙ୍କଡ କାମୁଡି ଥିବା ଭୟରେ ଲୋକମାନେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି । ହିଞ୍ଜିଳିକାଟୁ ବନବିଭାଗକୁ ଖବର ଦେବାପରେ ମାଙ୍କଡ ଆତଙ୍କ ଯୋଗୁଁ ଆମ ପାଖରେ ଟ୍ରାଙ୍କୁଲାଇଜର ନାହିଁ ଚିଠି ଲେଖି ପଠାଇବେ ବୋଲି କହିଥିଲେ । ତେଣୁ ମାଙ୍କଡ ଘଉଡାଇବା ନିମନ୍ତେ ଦୁଇ ଜଣ ବନକର୍ମଚାରୀଙ୍କୁ ପଠାଇଥିବା ଜଣାପଡିଛି । ପ୍ରସାଶନ ଏଥିପ୍ରତି ଦୃଷ୍ଟି ନଦେଲେ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।