ଶଙ୍ଖ ଛାଡି ପଦ୍ମ ଧରିଲେ ବ୍ଲକ୍ ଅଧ୍ୟକ୍ଷା

 ବୁଗୁଡ଼ା: ବିଜେଡିର ପ୍ରତିଷ୍ଠା ଦିବସରେ ବିଜେଡିକୁ ଶକ୍ତ ଝଟକା । ବିଜେପିରେ ମିଶିଲେ ବୁଗୁଡ଼ା ବ୍ଲକ ଅଧକ୍ଷା, ଉପାଧ୍ୟାକ୍ଷଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଆଗ ଧାଡ଼ିର ବହୁ ବିଜେଡି ନେତା । ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଘୁମୁସର ଜିଲ୍ଲା ବିଜେପି ସଭାପତି ବିଜୟ ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଭାବେ ରାଜ୍ୟ ମସô୍ୟ ଓ ପଶୁ ପାଳନ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ,  ସାଂସଦ ଅନିତା ଶୁଭ ଦର୍ଶିନୀ, ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଆସ୍କା ବିଧାୟକ ସରୋଜ ପାଢ଼ୀ, ବିଧାୟକ ନୀଳମଣି ବିଷୋୟୀ, ବିଧାୟକ ପ୍ରଦୁ୍ୟମ୍ନ ନାୟକ, ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜୟନ୍ତୀ ପଢ଼ିଆରୀ, ପ୍ରଭାକର ପଣ୍ଡା,  ଦୀପକ ପ୍ରଧାନ, କେଦାର ନାଥ ମହାରଣା, କୃଷ୍ଣ ଚନ୍ଦ୍ର ମହାପାତ୍ର, ଆରତୀ ଦେବୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନରେ ଗଞ୍ଜାମର ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ । ଏଥିସହ ପୂର୍ବ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବର୍ଷିଥିଲେ । ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ବିକଶିତ ଓଡିଶା ଗଠନ ସାଙ୍ଗକୁ ଗଞ୍ଜାମରୁ ଦାଦନ ଦୂର କରିବାକୁ ବିଭିନ୍ନ ଯୋଜନାର ଲାଭ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏ ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବୁଗୁଡ଼ା ବ୍ଲକ ଅଧକ୍ଷା କେୟ ପ୍ରିୟଦର୍ଶିନୀ ଆଚାରୀ, ଉପାଧକ୍ଷ ମାନସ ପ୍ରଧାନ, ବ୍ଲକ ଅଧକ୍ଷା ପ୍ରତିନିଧି କେ ନୀଳ ମାଧବ ଆଚାରୀ, ବସନ୍ତ କୁମାର ଦଳେଇ, ମଦନ ଗୋପାଳ ଦୋରା, ମଉନା ଜେନା, ଉମାକାନ୍ତ ପାତ୍ର, ଦୈତାରୀ ବେହେରା, ଅର୍ଚ୍ଚନା ନାୟକ, ଗାୟତ୍ରୀ ପ୍ରଧାନ, ସୁନିତା କୁମାରୀ ଆପଟ, ଶିବାନୀ ନାୟକ, କାଁହୁ ଚରଣ ସେଠୀ, ସୁଶାନ୍ତ କୁମାର ସେଠୀ, ଚିକୁ ବାରିକ, ଶିବଶଙ୍କର ପ୍ରଧାନ, ପ୍ରମୋଦ କୁମାର ପଣ୍ଡା,  ଛବିତା ସେଠୀ, ଟୁନା ନାୟକଙ୍କ ସହ ବହୁ କର୍ମୀ ଭାରତୀୟ ଜନତା ପାର୍ଟିରେ ମିଶିଥିଲେ ।