ନୂଆଁଖାଇ ନିମନ୍ତେ ଅସହାୟଙ୍କୁ ନୂଆ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ


ାା ପ୍ରଭାନୁ୍ୟଜ୍ ।ା ବରଗଡ: ଆଉ ଦିନ କେଇଟା ପରେ ସମଗ୍ର ପଶ୍ଚିମ ଓଡିଶାରେ ପାଳନ ହେବ ଗଣପର୍ବ ନୂଆଁଖାଇ । ଏବେଠୁ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି ।  ହେଲେ ସମାଜରେ ଏପରି ଅସହାୟ ଲୋକ ଅଛନ୍ତି ଯେ କାହାର ପୁଅ ନାହିଁ ତ କାହାର ସ୍ୱାମୀ ନାହିଁ ତ ଆଉ କାହାର ପରିବାର କହିଲେ ନାହାନ୍ତି, ତ କିଏ ରୋଗରେ ପୀଡିତ ହୋଇ ଦିନ କାଟୁଛନ୍ତି  । ଏମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ନୂଆଁଖାଇ ପୂର୍ବରୁ ଏମାନଙ୍କୁ କିଛି ସାହାର୍ଯ୍ୟ ସହଯୋଗ କରିବାର ଇଛା ରଖି ନୂଆଁଖାଇ ଯୋଟ ଜାଟ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମ୍ବିଧାନ ସୁରକ୍ଷା ମଞ୍ଚ ଓପାୱାର ଅଫ୍ ଦିବ୍ୟାଙ୍ଗ  ପକ୍ଷରୁ ବରଗଡ ସହରରେ ନୂଆଁଖାଇ ପୂର୍ବରୁ ନୂଆଁଖାଇ ଯୋଟ୍ ଜାଟ୍ ମିଳନ ପର୍ବ ଅନୁଷ୍ଠିତ ହୋଇଛି । ଏ ନେଇ ସ୍ଥାନୀୟ ଗାନ୍ଧୀ ଭବନଠାରେ ସହରର ବହୁ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ନୂଆ ବସ୍ତ୍ର, ନୂଆ ଧାନ, କୁରେପତ୍ର, ଚାଉଳ, ଡାଳି, ପନିପରିବା  ସହ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା  । ଏ ଅବସରରେ ଆବାହକ ପବିତ୍ର ଦେହେରୀ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଅତିଥି ଭାବେ ଯୋଗଦାନ କରିଥିଲେ  ।