ପିକଲ୍ବଲ୍ ଟୁର୍ଣ୍ଣାମେଣ୍ଟ, ଅନମୋଲ ବିଜୟୀ
ଭୁବନେଶ୍ୱର : ହାଇୱେ ହୋଣ୍ଡା ଏସ୍ଏସ୍ ପିକଲବଲ୍ ଏକାଡେମୀରେ ଆୟୋଜିତ ହୋଇଥିବା ଏକ ଦିନିଆ ରାଜ୍ୟସ୍ତରୀୟ ପିକଲବଲ୍ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହୋଇଛି । ଏଥିରେ ୨୫ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ମେନ୍ସ ଓପନ୍ ଡବଲ୍ସ ଓ ମିକ୍ସଡ୍ ଡବଲସ୍ ଦୁଇଟି ଶ୍ରେଣୀରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ଅନମୋଲ୍ ଦାଶ ତାଙ୍କ କୌଶଳ ଓ ଭଲ ପ୍ରଦର୍ଶନ କରିବା ସହିତ ଦୁଇଟି ଶ୍ରେଣୀରେ ବିଜୟୀ ହେବା ସହ ଦର୍ଶକଙ୍କ ମନ ଜିତିଛନ୍ତି । ମେନ୍ସ ଓପନ୍ ଡବଲସରେ ସେ ଯଶରାଜ ନାୟକ ସହ ଦଳ ବନାଇ ବିଜୟୀ ହୋଇଥିଲେ । ଏହା ଛଡା ମିକ୍ସଡ୍ ଡବଲସ୍ରେ ପ୍ରସିଧି ପୋଦ୍ଦାରଙ୍କ ସହ ଖେଳି ବିଜୟ ଅର୍ଜନ କରିଥିଲେ । ପ୍ରତିଯୋଗିତା ଶେଷରେ ବିଜୟୀ ଦଳଙ୍କୁ ପଦକ ଓ ସମ୍ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଆୟୋଜକମାନେ ଓଡିଶାରେ ପିକଲବଲ୍ ଖେଳକୁ ଆଉ ଆଗକୁ ବଢାଇବା ଓ ନବପ୍ରତିଭାଙ୍କୁ ସହଯୋଗ କରିବା ପ୍ରତି ନିଶ୍ଚୟ ବ୍ୟକ୍ତ କରିଛନ୍ତି ।