ରାସ୍ତା ପିଉଛି ରକ୍ତ : ୩ ବର୍ଷରେ ୧୬୨୮୭ ମୃତ୍ୟୁ
road accident

ଭୁବନେଶ୍ୱର : ରାସ୍ତାରେ ଯାଉଛି ଜୀବନ । ସଂସାରର ଖୁସିରେ ସଡ଼କ ଦୁର୍ଘଟଣା ଭଟ୍ଟା ପକାଇ ଦେଉଛି । ଗତ ୩ ବର୍ଷ ମଧ୍ୟରେ ଦୁର୍ଘଟଣା ଯୋଗୁଁ ୧୬୨୮୭ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରତିବର୍ଷ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ୨୦୨୧ରେ ପୂର୍ବ ବର୍ଷ ତୁଳନାରେ ୭.୨୪% ଦୁର୍ଘଟଣା ବଢ଼ିଥିବାବେଳେ ୨୦୨୨ରେ ୭.୬୦% ଓ ୨୦୨୩ରେ ୪.୮% ଦୁର୍ଘଟଣା ବଢ଼ିଛି ।
୨୦୨୧ରେ ୧୦୯୮୪ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୫୦୮୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୨ରେ ୧୧୬୬୩ ସଡ଼କ ଦୁର୍ଘଟଣାରେ ୫୪୬୭ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ ୨୦୨୩ରେ ୧୧୯୯୨ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୫୭୩୯ ଜଣଙ୍କର ମୃତ୍ୟୁ ଘଟିଛି । ଅପରପକ୍ଷରେ ଦ୍ରୁତ ଗତିରେ ଓ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକଙ୍କୁ ଧରିବା ପାଇଁ ୩୭ଟି ଇଣ୍ଟରସେପ୍ଟର ଗାଡ଼ି ରାଜପଥରେ ମୁତୟନ କରାଯାଇଛି ।