କୋଶଲି ସାହିତ୍ୟ ସଂସ୍କୃତି ବିକାଶର ସମୀକ୍ଷା ବୈଠକ
ବଲାଙ୍ଗିର : ସ୍ଥାନୀୟ ଗନ୍ଧରେଲ ରାଧାରମଣ ମନ୍ଦିର ପରିସରରେ ବଲାଙ୍ଗିର କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠାନର ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କୋସଲି ସଂଗଠକ ଶରତ ଚନ୍ଦ୍ର ହୋତାଙ୍କ ପୋ÷ରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନର ସଚିବ ମଧୁସୂଦନ ଦାସ ଓ କବି ସୁଶାନ୍ତ ବାଗଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ତଥା ଟ୍ରଷ୍ଟି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ବାଦାନ୍ୟତା ଓ ମାର୍ଗଦର୍ଶନ ପାଇଁ ସଦସ୍ୟମାନଙ୍କ ପକ୍ଷରୁ ସାମୂହିକ କୃତଜ୍ଞତା ଓ ଧନ୍ୟବାଦ ଦିଆଯାଇଥିଲା । କାର୍ଯ୍ୟକାରୀ କମିଟି ପକ୍ଷରୁ କବି ସୁଜିତ କୁମାର ଶତପଥୀ, ତପସ୍ୱିନୀ ପଶାୟତ, ନିର୍ମାଲ୍ୟ ସ୍ୱାଇଁ ଓ ଅଭିଜିତ ଫରିକାର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ଟ୍ରଷ୍ଟ ସଦସ୍ୟ ସର୍ବଶ୍ରୀ କିଶୋର ଚନ୍ଦ୍ର ପୁରୋହିତ, ରଘୁନାଥ ବାବୁ, ବିରେନ୍ଦ୍ର କୁମାର ବନଛୋର, ମଧୁସୁଦନ ଦାଶ, ଆଶୁତୋଷ ମିଶ୍ର, କବି ସୁଶାନ୍ତ ବାଗ, ପୁସ୍ତମ ଜୁଆଡି, ଶ୍ରୀପାଳ ପଣ୍ଡା ପ୍ରମୁଖ ଯୋଗ ଦେଇ ତୃଣମୂଳସ୍ତରରୁ କୋଶଲି ଭାଷାର ବିକାଶ ତଥା ପରିଷଦର ମୁଖପତ୍ର ‘ମୁହୁରି’ର କୋଶଳାଞ୍ଚଳର ସବୁ ଅଞ୍ଚଳରେ ପହଞ୍ଚାଇବାର ପ୍ରୟାସ ଉପରେ ଗୁରୁତ୍ୱ ଦେଇଥିଲେ ।